ନୂଆଦିଲ୍ଲୀ: ଭାରତ ଅର୍ଥନୀତିର ବିନ୍ଧାଣୀଙ୍କୁ ଝୁରୁଛି ଦେଶ । ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମରଶରୀର । ଗତକାଲି ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଜି ଦିଲ୍ଲୀର ନିଗମବୋଧ ଘାଟରେ ହେବ ଶେଷକୃତ୍ୟ । ପୂର୍ବାହ୍ନ 11ଟି 45 ମିନିଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଗୃହ ମନ୍ତ୍ରଣାଳୟ କହିଛି ।
#WATCH | Delhi: Lok Sabha LoP & Congress MP Rahul Gandhi and Congress MP Priyanka Gandhi Vadra pay last respects to former Prime Minister #DrManmohanSingh at AICC Headquarters. pic.twitter.com/4iLrAXsqsZ
— ANI (@ANI) December 28, 2024
ଆଜି ସକାଳ ୯ ଟା ସମୟରେ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରୁ ଶେଷଯାତ୍ରାରେ ବାହାରିଥିଲା ମନମୋହନ ସିଂହଙ୍କ ପାଥିବ ଶରୀର । ନିଗମବୋଧ ଘାଟରେ ଅନ୍ତିମଯାତ୍ରା ଶେଷ ପରେ ଶ୍ମଶାନରେ ହେବ ଶେଷକୃତ୍ୟ । ସେଠାରେ ସ୍ମାରକସ୍ଥଳ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଚିଠି ଯୋଗେ ଜଣାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ।
#WATCH | Delhi | Mortal remains of former Prime Minister #DrManmohanSingh being taken inside the AICC headquarters.
— ANI (@ANI) December 28, 2024
The mortal remains will be kept there for the party workers to pay their last respects. pic.twitter.com/0mdRLheRtx
#WATCH | Delhi | Mortal remains of former Prime Minister #DrManmohanSingh brought to AICC headquarters.
— ANI (@ANI) December 28, 2024
The mortal remains will be kept there for the party workers to pay their last respects. pic.twitter.com/iVE8MqI9KN
ମନେ ରହିବେ ମନମୋହନ:
ଶାନ୍ତ, ସରଳ ଓ ବିଦ୍ବାନ ବ୍ୟକ୍ତି ଥିଲେ ମନମୋହନ ସିଂହ । ଦେଶ ବିଭାଜନ ସମୟର ଆହ୍ବାନ ଠାରୁ ଆରମ୍ଭ କରି ଭାରତର ଅର୍ଥନୈତିକ ସଂସ୍କାର ଆଣିବା ପର୍ଯ୍ୟନ୍ତ ତାଙ୍କର ଭୂମିକା ଅତୁଳନୀୟ । ସେ ଥିଲେ ଅର୍ଥନୀତିର ଚାଣକ୍ୟ । ସଚ୍ଚୋଟ ତଥା ସରଳ ଜୀବନଯାପନ କରୁଥିବା ର୍ନିବିବାଦୀୟ ବ୍ୟକ୍ତିତ୍ବ ଥିଲେ ମନମୋହନ । ଜଣେ ଦୟାଳୁ ମଣିଷ, ଦକ୍ଷ ଅର୍ଥନୀତିଜ୍ଞ ଏବଂ ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସେ ସର୍ବଦା ମନେ ରହିବେ । ପ୍ରଧାନମନ୍ତ୍ରୀ ଭାବରେ ଦେଶର ଅଗ୍ରଗତି ତଥା ବିକାଶରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ବିୟୋଗରେ ଏବେ ସାରା ଦେଶ ସ୍ତବ୍ଧ । ଏନେଇ ଦେଶବ୍ୟାପୀ 7 ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ ହେଉଛି ।
#WATCH | Delhi | Mortal remains of former Prime Minister #DrManmohanSingh being taken to AICC headquarters.
— ANI (@ANI) December 28, 2024
The mortal remains will be kept there for the party workers to pay their last respects. pic.twitter.com/tiDuxHq45l
ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 92 ବର୍ଷ ବୟସରେ ପରଲୋକ ଘଟିଥିଲା। ୧୯୯୧ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମନମୋହନ। 1991ରୁ 1996ରେ ତତ୍କାଳୀନ ନରସିଂହା ରାଓ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ ଗୁରୁଦାୟିତ୍ବ ତୁଲାଇଥିଲେ । ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା 2004 ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ । ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିତ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ ।
#WATCH | Delhi | The mortal remains of former Prime Minister #DrManmohanSingh being taken from his residence for AICC headquarters.
— ANI (@ANI) December 28, 2024
The mortal remains will be kept at AICC headquarters for the party workers to pay their last respects. pic.twitter.com/iD5JYG102s
ସଂକ୍ଷେପରେ ମନମୋହନ ସିଂହ:
- 1991ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ
- 1991ରୁ 1996ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହା ରାଓ ସରକାରରେ ଅର୍ଥମନ୍ତ୍ରୀ
- 2004 ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ
- 2024 ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିତ କାରଣରୁ ସକ୍ରିୟ ରାଜନୀତିରୁ ଅବସର ନେଇଥିଲେ