ETV Bharat / state

ଅଦରକାରୀ ଆଇନକୁ କାର୍ଯ୍ୟକାରିତାରୁ ବାଦ ଦେବ ଲ’ କମିଶନ: ଆଇନ ମନ୍ତ୍ରୀ - LAW COMMISSION REFORMED

ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବ ଲ’ କମିଶନ । ଦରକାରୀ ଆଇନରେ ପରିବର୍ତ୍ତନ ଓ ଆବଶ୍ୟକୀୟ ସଂଶୋଧନ କରିବାକୁ ସରକାରଙ୍କୁ ସୁପାରିଶ କରିବ । ଏମିତି କହିଲେ ଆଇନ ମନ୍ତ୍ରୀ ।

Law commission reform
Law commission reform (ETV Bharat Odisha)
author img

By ETV Bharat Odisha Team

Published : Dec 28, 2024, 9:17 PM IST

କଟକ/ଭୁବନେଶ୍ୱର: ରାଜ୍ୟରେ ନୂତନ ଆଇନ ଆୟୋଗ (ଲ’ କମିଶନ) ଗଠନ କଲେ ମୋହନ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏହି ଆୟୋଗ । ଆଇନ ବିଭାଗ ପକ୍ଷରୁ ଗତକାଲି (ଶୁକ୍ରବାର) ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୧୬ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଷ୍ଟେଟ୍ ଲ’ କମିଶନର ନିୟମ ଆଧାରରେ ଓଡ଼ିଶା ନୂଆ ଆଇନ କମିଶନ ଗଠିତ ହେବା ସହ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ଲ’ କମିଶନର ଗୁରୁ ଦାୟିତ୍ୱ :-

ରାଜ୍ୟ ଆଇନକୁ ସଂଶୋଧନ କରିବା, ଆବଶ୍ୟକତା ଅନୁଯାୟୀ ନୂତନ ଆଇନ ପ୍ରଣୟନ, ଅଦରକାରୀ ଆଇନକୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ଏହି ଆୟୋଗ ପରାମର୍ଶ ଦେବ । ପୁରୁଣା ଆଇନ ସଂଶୋଧନ କରିବା ପାଇଁ ମଧ୍ୟ ଏହି କମିଶନ ସୁପାରିଶ କରିବ । ପୁରୁଣା ଆଇନକୁ ହଟାଇବାକୁ ହେଲେ ଆବଶ୍ୟକ ସ୍ଥଳେ ଜନସାଧାରଣ, ଆଇନ ପରିଷଦ, ବାର୍ ଆସୋସିଏସନର ରାୟ ନିଆଯିବ । ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ସହ ସାମାଜିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଇନ ସଂପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ଏହି ଲ’ କମିଶନ ।

  • ଲ’ କମିଶନ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା

ସେପଟେ ଲ’ କମିଶନ ପ୍ରତିଷ୍ଠା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି," ରାଜ୍ୟକୁ ଏହାର ଆବଶ୍ୟକତା ଥିଲା । 2018 ମସିହା ପରଠାରୁ ରାଜ୍ୟ ସରକାର ଉଚିତ ମଣି ନଥିଲେ । ଏବେ ଏହି କମିଶନ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବ । ଦରକାରୀ ନିୟମର ପରିବର୍ତ୍ତନ କରିବ । ଆବଶ୍ୟକୀୟ ସଂଶୋଧନ କରିବ । ଅନାବଶ୍ୟକ ଆଇନକୁ ଖୋଜିକି ବାହାର କରିବା, ତର୍ଜମା କରି ରାଜ୍ୟ ସରକାରଙ୍କୁ ସୁପାରିଶ କରିବ । ଏହା ଉପରେ ପରବର୍ତ୍ତୀ ସମୟରେ ଉପଯୁକ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହାର ଆବଶ୍ୟକତା ଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କମିଶନ ଗଠିତ ହୋଇଛି । ଆଉ ଜଣେ ସଦସ୍ୟ ଭାବେ ଆଇନ ଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ପ୍ରଫେସରଙ୍କୁ ଯୋଡ଼ାଯିବ ।"

  • ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଆୟୋଗ ଅଧ୍ୟକ୍ଷ

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏହି ଲ’ କମିଶନ । ଆଡଭୋକେଟ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ, ଆଇନ ବିଭାଗ ପ୍ରମୁଖ ସଚିବ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ସୂର୍ଯ୍ୟପ୍ରକାଶ ମିଶ୍ର ଏହି କମିଶନରେ ସଦସ୍ୟ ରହିଛନ୍ତି । କେବଳ ଆଡଭୋକେଟ ଜେନେରାଲ ଓ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ କମିଶନରେ ଏକ୍ସ ଅଫିସିଓ ସଦସ୍ୟ ଭାବେ ରଖାଯାଇଛି । ଏହି ଲ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି ।

ଭାରତୀୟ ସମ୍ବିଧାନର ୭ମ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶାରେ ୧୯୬୯ ଆଇନ ସଂଶୋଧନ କମିଟି ଗଠନ କରାଯାଇଥିଲା । ଏହାପରେ ୨୦୧୬ ମସିହାରେ ରାଜ୍ୟରେ ନୂତନ ଭାବେ ଓଡ଼ିଶା ଆଇନ ଆୟୋଗର ପୁନର୍ଗଠନ କରିଥିଲେ ପୂର୍ବ ସରକାର । କମିଶନଙ୍କ ୩ ବର୍ଷ କାର୍ଯ୍ୟକାଳ ପରେ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ଏହି ଆୟୋଗକୁ ପୁଣି ଗଠନ କରିଛନ୍ତି ରାଜ୍ୟରେ ନୂତନ ସରକାର ।

  • ସ୍ଵାଗତ କଲେ ହାଇକୋର୍ଟ ଆଇନଜୀବୀ

ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ଉପରେ ପ୍ରଭାବ ପକାଉଥିବା ଆଇନ ଉପରେ ବିଶେଷ ଧ୍ୟାନ ଦେବ ଏହି କମିଶନ । ଏହା ସହ ସମାଜରେ ଥିବା ଶୋଷିତ ଓ ବଞ୍ଚିତ ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଉଥିବା ଆଇନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବ । ରାଜ୍ୟ ସରକାରଙ୍କ ଏହି ନୂତନ ଲ କମିଶନକୁ ସ୍ଵାଗତ କରିଛନ୍ତି ହାଇକୋର୍ଟ ଆଇନଜୀବୀ । ଓଡ଼ିଶା ହାଇକୋର୍ଟ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି,"ଲ କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନେ ସରକାରଙ୍କୁ ଆଇନ ସଂସ୍କାର, ସାମାଜିକ ନ୍ୟାୟ, ସୁଶାସନ ଉପରେ ଉପଦେଶ ଦେଇଥାନ୍ତି । ସରକାର ତାଙ୍କ ପରାମର୍ଶକୁ ଗ୍ରହଣ କରି ସୁଶାସନ ପାଇଁ କାମ କରିଥାନ୍ତି । ଲ କମିଶନର ଆବଶ୍ୟକତା ପ୍ରତି ରାଜ୍ୟରେ ତଥା କେନ୍ଦ୍ରରେ ମଧ୍ୟ ରହିଛି ।"

ଏହାମଧ୍ୟ ପଢନ୍ତୁ...

ଓଡ଼ିଶା ନୂଆ ଆଇନ କମିଶନ ଗଠିତ, ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ

ଗୃହରେ ଉଠିଲା ମହିଳା ସୁରକ୍ଷା ପ୍ରସଙ୍ଗ, ଉତ୍ତର ରଖିଲେ ଆଇନ ମନ୍ତ୍ରୀ

ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା, ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ

ଚେତାଇଲେ ଆଇନ ମନ୍ତ୍ରୀ, ‘ମହାପ୍ରଭୁଙ୍କ ଇଞ୍ଚେ ଜମି ଛଡାଯିବନି’

ଇଟିଭି ଭାରତ, କଟକ/ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.