ETV Bharat / state

30ରୁ ନବୀନଙ୍କ ଜିଲ୍ଲା ଗସ୍ତ: କ୍ଷେତକୁ ଯିବେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ - NAVEEN PATNAIK DISTRICT VISIT

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ କ୍ଷେତକୁ ଯିବେ ନବୀନ । ଗୃହଜିଲ୍ଲା ଗଞ୍ଜାମରୁ କରିବେ ଅଭିଯାନ ଆରମ୍ଭ ।

30ରୁ ନବୀନଙ୍କ ଜିଲ୍ଲା ଗସ୍ତ: କ୍ଷେତକୁ ଯିବେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ
30ରୁ ନବୀନଙ୍କ ଜିଲ୍ଲା ଗସ୍ତ: କ୍ଷେତକୁ ଯିବେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ (ETV Bharat odisha)
author img

By ETV Bharat Odisha Team

Published : 15 hours ago

ଭୁବନେଶ୍ବର: ରାଜ୍ୟରେ ଅମଳ ସମୟରେ ଅଦିନିଆ ବର୍ଷା କ୍ଷୟକ୍ଷତି ଚାଷୀକୂଳକୁ ଅସ୍ତବ୍ୟସ୍ତ କରିଛି । କ୍ଷେତରେ ଅମଳ ଧାନ ପାଣିରେ ଭାସୁଥିବା ବେଳେ ମଣ୍ଡି ଖୋଲିବାରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏହି କାରଣରୁ ଏକାଧିକ ସ୍ଥାନରୁ ଚାଷୀ ଆତ୍ମହତ୍ୟାର ଅଭିଯୋଗ ମଧ୍ୟ ଆସିଲାଣି । ଯାହା ମୋହନ ସରକାର ପାଇଁ ଅଡୁଆ ସ୍ଥିତି ସୃଷ୍ଟି କଲାଣି । ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ସିଧା କ୍ଷେତକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ।

  • ଗୃହଜିଲ୍ଲା ଗଞ୍ଜାମରୁ ଅଭିଯାନ ଆରମ୍ଭ କରିବେ ନବୀନ:-

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବିତ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଡିସେମ୍ବର 30ରୁ ଆରମ୍ଭ ହେବ । ଗୃହଜିଲ୍ଲା ଗଞ୍ଜାମରୁ କାର୍ଯ୍ୟକ୍ରମ ଆରମ୍ଭ କରିବେ ବିଜେଡି ସଭାପତି । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ କ୍ଷେତକୁ ପରିଦର୍ଶନରେ ଯିବା ସହ ଚାଷୀଙ୍କୁ ଭେଟିବେ ନବୀନ । ପରବର୍ତ୍ତୀ ସମୟରେ ନବୀନଙ୍କ ଅନ୍ୟାନ୍ୟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।

  • 4 ଦିନରେ 5 ଜଣ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ମାତ୍ରାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଫସଲହାନୀ ଯୋଗୁଁ ରାଜ୍ୟରେ ଚାଷୀ ମୃତ୍ୟୁ ଅଭିଯୋଗ ଆସିଛି । କେନ୍ଦ୍ରାପଡା, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଗତ 4 ଦିନରେ 5 ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚାଷୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇ ଆଗକୁ ବଢ଼ୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ଥଗିତ ଥିବା ନବୀନଙ୍କ ଜିଲ୍ଲା ଗସ୍ତ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଛି ।

30ରୁ ନବୀନଙ୍କ ଜିଲ୍ଲା ଗସ୍ତ: କ୍ଷେତକୁ ଯିବେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲ ହାନୀ କାରଣ କହିଲେ ପରିବାର - FARMER DEATH CASE

  • ପରାଜୟ ପରେ ନବୀନଙ୍କ ପ୍ରଥମ ଗସ୍ତ

ନିର୍ବାଚନ ପରାଜୟ ପରେ ନବୀନଙ୍କର ଏହା ପ୍ରଥମ ଜିଲ୍ଲା ଗସ୍ତ । ଗସ୍ତ କାର୍ଯ୍ୟକ୍ରମ ନବୀନ ନିଜର ଘରୋଇ ଜିଲ୍ଲା ଗଞ୍ଜାମରୁ ଆରମ୍ଭ କରିବେ । ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମରେ ନବୀନ ପ୍ରଥମେ କବିସୂର୍ଯ୍ୟନଗର ପରେ ଆସିକା ଓ ହିଞ୍ଜିଳି ଅଞ୍ଚଳ ପରିଦର୍ଶନ କରିବେ । କ୍ଷେତକୁ ଯାଇ କ୍ଷୟକ୍ଷତି ଦେଖିବା ସହ ଚାଷୀଙ୍କୁ ଭେଟି ଆଲୋଚନା କରିବେ ନବୀନ । ସେହିପରି 31 ତାରିଖରେ ନବୀନଙ୍କର କେନ୍ଦ୍ରାପଡା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ନବୀନ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପରିଦର୍ଶନ କରିବେ ।

  • କ୍ଷେତରେ ଚାଷୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବେ ନବୀନ

ବିଜେଡିର ପୂର୍ବତନ ବିଧାୟିକା ଲତିକା ପ୍ରଧାନ କହିଛନ୍ତି, "ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା 30 ତାରିଖରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ଗସ୍ତରେ ଆସିବେ । ନବୀନ ଗଞ୍ଜାମ ଜିଲ୍ଲାର ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ । ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଫସଲ କ୍ଷତି ସମ୍ପର୍କରେ ପଚାରି ବୁଝିବେ । ସମ୍ପୃକ୍ତ ଅଧିକାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।"

  • ଧାନ କିଣା ପରମ୍ପରାକୁ ଭାଙ୍ଗିଛନ୍ତି ମୋହନ ସରକାର: ରାଜା ସ୍ବାଇଁ

ପୂର୍ବତନ କୃଷି ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି,"ଚାଷୀଙ୍କୁ ଶୋଷଣ କଲେ ଜେଲ ପଠାଯିବ ବୋଲି ଗୋଟିଏ ମାସ ତଳେ ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେଥିପାଇଁ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ଵ ଦେଲେ । ଅଦିନିଆ ବର୍ଷାରେ ଚାଷ ଉଜୁଡି ଯାଇଛି । 4 ଦିନରେ 5 ଚାଷୀଙ୍କ ମୃତ୍ୟୁ ଘଟିଲାଣି । ଇତିହାସରେ ଏଭଳି ଘଟଣା ବିରଳ । ବର୍ତ୍ତମାନ ସୁଦ୍ଧା 70 ରୁ 90 ପ୍ରତିଶତ ଧାନ ଉଠିଯିବା କଥା । ତାହା ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ପ୍ରାୟତଃ ସବୁ ଜିଲ୍ଲାରେ 3 କିମ୍ବା 4 ତାରିଖ ପରେ ଧାନ ଉଠାଯିବ । ଏହା ଦ୍ୱାରା ଅଭାବି ବିକ୍ରୀ ହେଲା । ଅବ୍ୟବସ୍ଥା ପାଇଁ ସରକାରଙ୍କର ସମ୍ବେଦନଶୀଳତା ରହିଲାନାହିଁ । ଧାନ କିଣା ସାଇକେଲକୁ ମୋହନ ସରକାର ଭାଙ୍ଗିଦେଲେ । ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ଅଭାବି ବିକ୍ରୀ କରିବାକୁ ଚାଷୀ ବାଧ୍ୟ ହେଉଛି । ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ । ସେପଟେ ଧାନ ଉଠି ପାରୁନାହିଁ । ଏପଟେ ଚାଷୀ ଅଭାବୀ ବିକ୍ରି କରୁଛି । ଏହା ଦ୍ୱାରା ଆସନ୍ତା ରବି ସିଜିନ ମଧ୍ୟ ପ୍ରଭାବିତ ହେବ । କଟନି ଛଟନି ହେବନାହିଁ ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏବେ କଣ ଚାଲିଛି ? ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା । ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ । ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ । ଚାଷୀ ସଂଗଠନ ସହ ଆଲୋଚନା କରି ଚାଷୀକୂଳକୁ ଉଦ୍ଧାର କରନ୍ତୁ ।’’

ଏହା ମଧ୍ୟ ପଢନ୍ତୁ:- ନବୀନଙ୍କ ଉତ୍ତରାଧିକାରୀ ସଙ୍କଟ; AIADMK ଅବସ୍ଥା ଭୋଗିବ କି BJD ? - NAVEEN SUCCESSOR

ଏହା ମଧ୍ୟ ପଢନ୍ତୁ-ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ; ମାର୍ଗଦର୍ଶନ ଦେଲେ ନବୀନ - BJD FOUNDATION DAY

ଏହା ମଧ୍ୟ ପଢନ୍ତୁ-ପରାଜୟର କାରଣ କହିଲେ ନବୀନ, ‘ଶହେ ବର୍ଷ ପର୍ଯ୍ୟନ୍ତ ସେବା କରିବ ବିଜେଡି’ - NAVEEN PATNAIK

  • ଧାନ ମଣ୍ଡି ଏବେ ଦଲାଲଙ୍କ ହାତରେ

ଧାନ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଦଲାଲଙ୍କ ହାତକୁ ଚାଲିଯାଇଛି ଧାନ ମଣ୍ଡି । ଧାନ ମଣ୍ଡିରେ ମନ୍ତ୍ରୀ ଓ ବିଧାୟିକ ପିସ ରହିଛି ।
୧୬ଟି ଜିଲ୍ଲାରେ ମଣ୍ଡି ଖୋଲିନାହିଁ । ଚାଷୀ ମାନେ ହଇରାଣ ହେଉଛନ୍ତି । ଧାନ ମଣ୍ଡି ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନିଛନ୍ତି । ପୂର୍ବ ସରକାରଙ୍କ ଏହି ସମୟରେ ଯେତେ ଧାନ ଉଠିଥିଲା, ତାହାର ଅଧା ବି ଏବେ ଉଠିନାହିଁ । ଚାଷୀମାନେ ମଣ୍ଡିରେ ହଇରାଣ ହେଉଛନ୍ତି, ସରକାର ଡିଣ୍ଡିମ ପିଟୁଛନ୍ତି । ତୁରନ୍ତ ସରକାର ଧାନ ଉଠାନ୍ତୁ । ଅଦିନିଆ ବର୍ଷାରେ ୫ଜଣ ଚାଷୀ ମୃତ୍ୟୁ ହେଲେଣି । ମନ୍ତ୍ରୀ ନୁହେଁ, ଦକ୍ଷ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସରକାର ଧାନ ମଣ୍ଡି ଦାୟିତ୍ୱ ଦିଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.