ଭୁବନେଶ୍ବର: ପୁଣି ରଜ୍ୟକୁ ଭିଜାଇବ ବର୍ଷା । ଆଜିଠାରୁ ୨ ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବ । ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶାରେ ପୁଣିଥରେ ପାଗରେ ପରିବର୍ତ୍ତନ ଘଟିଛି ତେଣୁ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା ରହିଛି । ଆଜି ୭ ଜିଲ୍ଲାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁଁ ଅନ୍ୟ ଜିଲ୍ଲାରେ ପାଗ କୋହଲା ରହିବ । ମୁଖ୍ୟତଃ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏହି ଜିଲ୍ଲାକୁ ବର୍ଷା ଆଲର୍ଟ:
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଆଜିଠାରୁ ୨ ଦିନ ପୁଣି ବର୍ଷା ହେବ । ତେଣୁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ । ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାରେ କୋହଲା ପାଗ ସହ ଝିପ୍ଝିପ୍ ବର୍ଷା ଲାଗି ରହିପାରେ ।
Weather Forecast for the State.
— Meteorological Centre, Bhubaneswar (@mcbbsr) December 27, 2024
Day-1: Dry
Day-2 & Day-3 : Light Rain/Thundershower at one or two places over the marked Districts.
Day-4 to Day-7: Dry#Odisha #WeatherUpdate pic.twitter.com/wI91nQAYol
ସେହିପରି ଆସନ୍ତାକାଲି ୨୯ ତାରିଖରେ ମଧ୍ୟ ବର୍ଷା ରହିବ । ଏଥିପାଇଁ ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ।
ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ୨ ଦିନ ପୁଣି ବର୍ଷା, ୭ ଜିଲ୍ଲାକୁ ଆଲର୍ଟ ଜାରି ଏହା ମଧ୍ୟ ପଢ଼ନ୍ତୁ...ଆଜି ପ୍ରବଳ ବର୍ଷା ସହ ହେବ ହାଡ ଭଙ୍ଗା ଶୀତ, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ |
ବଢ଼ିବ ଶୀତ:
ଗତ କିଛିଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଗତକାଲି ପାଗ ଶୁଖିଲା ରହିଥିଲା । ମାତ୍ର ଆଜିଠାରୁ ପୁଣି ଥରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀଙ୍କ ଚିନ୍ତାରେ ପକାଇଛି । ଏବେ ପୁଣି ଆଉ ଏକ ବର୍ଷାକୁ ନେଇ ଆଶଙ୍କାରେ ଚାଷୀ । ସେପଟେ ୩୦ ତାରିଖରୁ ବର୍ଷା କମିବା ସହ ପାଗରେ ପରିବର୍ତ୍ତନ ଘଟିବ । ଏହାସହ ଶୀତର ପ୍ରଭାବ ବଢ଼ିବା ସହ ଘନ କୁହୁଡ଼ି ଦୃଶ୍ୟମାନ ହେବ । କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଉଛି କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁର । ସେହିପରି ଆନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଇଟିଭି ଭାରତ, ଭୁବନେଶ୍ବର