ETV Bharat / city

ଗଣେଶ ପୂଜାରେ ଅଘଟଣ, ରାଜଧାନୀରେ ଗୋଟିଏ ଦିନରେ ଗଡ଼ିଲା ୨ଟି ମୁଣ୍ଡ - ଗଣେଶ ପୂଜାରେ ରାଜଧାନୀରେ ଗଡ଼ିଲା ଦୁଇଟି ମୁଣ୍ଡ

ଗଣେଶ ପୂଜାରେ ରାଜଧାନୀରେ ଗଡ଼ିଲା ଦୁଇଟି ମୁଣ୍ଡ । ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀଙ୍କୁ ନିର୍ମମ ହତ୍ୟା । ଅଧିକ ପଢ଼ନ୍ତୁ

murder in bhubaneswar
ଗଣେଶ ପୂଜାରେ ଅଘଟଣ, ରାଜଧାନୀରେ ଗୋଟିଏ ଦିନରେ ଗଡ଼ିଲା ୨ଟି ମୁଣ୍ଡ
author img

By

Published : Aug 31, 2022, 8:37 PM IST

Updated : Aug 31, 2022, 10:11 PM IST

ଭୁବନେଶ୍ବର: ଗଣେଶ ପୂଜାରେ ରାଜଧାନୀରେ ଗଡ଼ିଲା ମୁଣ୍ଡ (murder in bhubaneswar ) । ରାସ୍ତା ଉପରେ ବୁଲିଲା ଖଣ୍ଡା । ଭୁବନେଶ୍ବର ସ୍ଥିତ ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀଙ୍କୁ ନିର୍ମମ ହତ୍ୟା ହୋଇଛି । ମୃତ ଚା ଦୋକାନୀ ଜଣକ ହେଲେ ସୌମ୍ୟରଞ୍ଜନ କୁଣ୍ଡୁ । ସରକାରୀ ଜାଗା ଉପରେ ବ୍ୟବସାୟକୁ ନେଇ ମାରପିଟ ପରେ ହତ୍ୟା ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି । ଦୁଇ ଅଭିଯୁକ୍ତ ହେଲେ କାବୁ ଦାସ ଏବଂ ପାଉଣି ଦାସ ।

ଗଣେଶ ପୂଜାରେ ଅଘଟଣ

ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଅଟୋ ଚାଳକ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଚା' ଦୋକାନୀ ଜଣକ କୌଣସି କାରଣରୁ ଏକ ଜାଲି ଚଟୁରେ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ । ଏଥିସହ ଏକ ଅଣ୍ଡା ଟ୍ରେ ଫୋପାଡ଼ିବାକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୂର୍ବ ରାଗ ଶୁଝାଇବାକୁ ଯାଇ ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏନେଇ ଡିସିପି କହିଛନ୍ତି, "ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଦୁଇ ଅଭିଯୁକ୍ତ ମଦ୍ୟପାନ କରୁଥିବା ସମୟରେ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁ ପାଣି ଆଣିବାକୁ ଯାଇଥିଲେ । ଏତିକି ବେଳେ ସେମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁଙ୍କ ମୃତ୍ୟୁ ଘଟିଛି ।" ପୋଲିସ ଉକ୍ତ ଦୁଇ ଅଟୋ ଚାଳକଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ମାରଣାସ୍ତ୍ର ଜବତ କରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଡିସିପି ଅଫିସ ନିକଟରେ ଜଣକୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଗଲା କିପରି । କମିଶନରେଟ ପୋଲିସକୁ କେମିତି ସଙ୍ଗେ ସଙ୍ଗେ ଏନେଇ ଖବର ମିଳିଲା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଘରୁ ମିିଳିଲା ମୃତଦେହ

ସେପଟେ ଭୁବନେଶ୍ବର ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର । ଶୁଭଶ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ବେକ ଓ ମୁହଁରେ ଦାଗ ରହିଛି । କେହି ଦୁର୍ବୃତ୍ତ ଘରେ ପଶି ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ପତ୍ନୀ ଅନ୍ୟ କାହାସହ କଥା ହେଉଥିବା ସ୍ବାମୀ କହିଛନ୍ତି । ପତ୍ନୀକୁ ହତ୍ୟା କରା ଯାଇଥିବା ନେଇ ଖାରବେଳ ନଗର ଥାନାରେ ରିପୋର୍ଟ ଦେଇଛନ୍ତି ସ୍ବାମୀ । ତେଣୁ ପରକୀୟା ପ୍ରୀତିରୁ ହତ୍ୟା ନେଇ ପୋଲିସ ସନ୍ଦେହ କରୁଛି । ଏହି ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 31, 2022, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.