ETV Bharat / city

ତାରାଙ୍କ ବୟାନକୁ ପରୋକ୍ଷରେ ସମର୍ଥନ କଲେ ବିଜୟ - election

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ଦେଇଥିବା ବୟାନକୁ ପରୋକ୍ଷରେ ସମର୍ଥନ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ବିଜୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ବିଜେପି କେବେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ ବଂର ବିଜେଡି କରିପାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 7, 2019, 9:28 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ଦେଇଥିବା ବୟାନକୁ ପରୋକ୍ଷରେ ସମର୍ଥନ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ତାରା ଦେଇଥିବା ବୟାନ ଉପରେ ବିଜୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ବିଜେପି କେବେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ ବଂର ବିଜେଡି କରିପାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେହେତୁ କିଛି ଦିନ ପୂର୍ବେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା । ଏବେ ଏହାର ପୁନରାବୃତ୍ତି ହୋଇପାରେ ବୋଲି ବିଜୟ କହିଛନ୍ତି । ଏହା ସହ କେନ୍ଦ୍ରାପଡାରେ ବିଜେଡି ନେତା ଡେରା ପକାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ନେତା ମାନେ କେଉଁଠି ଡେରା ପକାଇଛନ୍ତି ମୁଁ ଦେଖିବାକୁ ପାଇନି । ସେମାନେ ବୁଲୁଥିବେ କିମ୍ବା ନିଜ ସମ୍ପର୍କୀୟଙ୍କ ଘରେ ଥିବେ । ପାଟକୁରାବାସୀ ବହୁତ ସ୍ୱାଭିମାନୀ । ସେମାନେ ଭୁଲ ନିଷ୍ପତ୍ତି ନେବେ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପାଟକୁରା ଉପନିର୍ବାଚନକୁ ନେଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବେଶ ଆଶାବାଦୀ। ବିଜେଡି ବିଜେପି ଭିତିରି ବୁଝାମଣା ନେଇ ବିଜୟ କହିଛନ୍ତି, ବିଜେପି କେବେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ। ବିଜେଡି ହୁଏତ କରିପାରେ। ଯେହେତୁ କିଛି ଦିନ ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରିଛି ତେଣୁ ଏବେ କାହିଁକି ନା କାଟିବ ବୋଲି ଯୁକ୍ତି ବାଢିଛନ୍ତି ବିଜୟ। ସେ କହିଛନ୍ତି ବିଜେଡି ନେତା କେନ୍ଦ୍ରାପଡା ରେ କେଉଁଠି ଡେରା ପକାଇଛନ୍ତି ମୁଁ ଦେଖିବାକୁ ପାଇନି। ସେମାନେ ବୁଲୁଥିବେ କିମ୍ବା ନିଜ ସମ୍ପର୍କୀୟ ଙ୍କ ଘରେ ଥିବେ। ପାଟକୁରାବାସୀ ବହୁତ ସ୍ୱାଭିମାନି। ସେମାନେ ଭୁଲ ନିସ୍ପତି ନେବେ ନାହିଁ।Body:ବାଇଟ ବିଜୟ ମହାପାତ୍ର, ବିଜେପି ପ୍ରାର୍ଥୀConclusion:

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.