ETV Bharat / bharat

Opposition meet: 11 ଜଣିଆ ସମନ୍ବୟ କମିଟି ସ୍ଥିର କରିବ ପରବର୍ତ୍ତୀ କାର୍ଯ୍ୟପନ୍ଥା, ମୁମ୍ବାଇରେ 3ୟ ବୈଠକ

author img

By

Published : Jul 18, 2023, 5:39 PM IST

ବେଙ୍ଗାଲୁରୁରେ ବିଜେପି ଉପରେ ବର୍ଷିଲେ ବିରୋଧୀ । 2024 ରେ NDA ସହ ଲଢିବ INDIA । ମୁମ୍ବାଇରେ ପରବର୍ତ୍ତୀ ବୈଠକ । ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ 11 ଜଣିଆ ସମନ୍ବୟ ବୈଠକ । ଏବେ ବି ଅସ୍ପଷ୍ଟ ପ୍ରଧାନମନ୍ତ୍ରୀ ଚେହେରା । ଅଧିକ ପଢନ୍ତୁ

Opposition meet: ଆଗାମୀ ଖସଡା ପ୍ରସ୍ତୁତ କରିବ 11 ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି, ମୁମ୍ବାଇରେ ପରବର୍ତ୍ତୀ ବୈଠକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଶେଷ ହୋଇଛି ମିଳିତ ବିରୋଧୀଙ୍କ ବହୁଚର୍ଚ୍ଚିତ ଦ୍ବିତୀୟ ବୈଠକ । ବହୁ ସମ୍ଭାବିତ ବିରୋଧୀ ମହାମେଣ୍ଟ ମଧ୍ୟ ଆଜି ବାସ୍ତବତାର ଆକାର ନେଇଛି । ମିଳିତ ବ୍ୟାନରରେ 2024 ସାଧାରଣ ନିର୍ବାଚନ ଲଢିବା ନେଇ ସହମତ ହୋଇଛନ୍ତି 26 ବିରୋଧୀ ରାଜନୈତିକ ଦଳ । ଏହି ମହାମେଣ୍ଟର ନାମ ରହିଛି, ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶି ମେଣ୍ଟ ବା ‘INDIA’ । ଏହି ବ୍ୟାନରରେ ବିରୋଧୀ ଏକାଠି ନିର୍ବାଚନ ଲଢିବା ନେଇ ଏକମତ ହୋଇଥିଲେ ସୁଦ୍ଧା, ମେଣ୍ଟର ମୁଖ୍ୟ ତଥା ଆବହକ କିଏ ହେବେ ସେ ନେଇ କିଛି ଆଜି ବୈଠକରେ ସ୍ପଷ୍ଟ କରାଯାଇନାହିଁ । ଆସନ୍ତା ତଥା ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବା ନେଇ ଆଜି ଘୋଷଣା କରିଛି ମେଣ୍ଟ । ହେବାକୁ ଥିବା ବୈଠକରେ ଏକ 11 ସଦସ୍ୟ ବିଶିଷ୍ଟ ଏକ ସମନ୍ବୟ କିମିଟି ଗଠନ ହେବ । ଏହି କମିଟି ହିଁ ମେଣ୍ଟର ଚୂଡାନ୍ତ ନୀତି ନିର୍ଦ୍ଧାରଣକାରୀ ଅଙ୍ଗ ହେବ । ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ହିଁ ମେଣ୍ଟର ଅଧ୍ୟକ୍ଷ ବା ଅଧ୍ୟକ୍ଷା ମଧ୍ୟ ଚୟନ ହେବେ ।

ଅନ୍ୟପଟେ ଆଜି ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଯାହା ଆଲୋଚନା ହେଉଥିଲା ତାହା ହିଁ ହେଲା । କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ସେ ନେଇ କୌଣସି ଘୋଷଣା କରାଗଲାନି । ବୈଠକ ଶେଷ ହେବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜିନ ଖଡଗେ ପ୍ରେସମିଟକୁ ସମ୍ବୋଧିତ କରି ମେଣ୍ଟର ନାମ ଘୋଷଣା କରିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଘୋଷଣା କରିଥିଲେ । ପରେ ମମତା ବାନର୍ଜୀ, କେଜ୍ରିଓ୍ବାଲ, ଉଦ୍ଧବ ଠାକରେ ଓ ରାହୁଲ ଗାନ୍ଧୀ ମଧ୍ୟ ସାମ୍ବାଧିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ନେତୃତ୍ବାଧୀନ ସରକାର ଉପରେ ବର୍ଷିଥିଲେ । ଏହି ଲଢେଇ ବିଜେପିର ବିଚାରଧାରା ବିରୋଧରେ ବୋଲି ସମସ୍ତେ କହିବା ସହ ବିଜେପି ଦେଶରେ ଏକଛାତ୍ରବାଦ ଚଳାଇଛି ବୋଲି କହିଥିଲେ ।

ସେହିପରି ଗଣମାଧ୍ୟମର ପ୍ରଶ୍ନରେ ମେଣ୍ଟର ନେତୃତ୍ବ କିଏ ନେବ ଓ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ ସେସମ୍ପର୍କିତ ପ୍ରଶ୍ନରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ । 26ଟି ପାର୍ଟି ମେଣ୍ଟରେ ବିଜେପି ବିରୋଧରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପରବର୍ତ୍ତୀ କାର୍ଯ୍ୟକ୍ରମ ମୁମ୍ବଇରେ ହେବ । ଏଥିରେ 11 ଜଣିଆ ସମନ୍ବୟ କମିଟି ଗଠନ ହେବ । ଏହି କମିଟି ମେଣ୍ଟର ନେତା ଓ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ ସେନେଇ ନିଷ୍ପତ୍ତି ଗ୍ରହଣ କରିବ । ସେହିପରି ମେଣ୍ଟ କିପରି ବିଭିନ୍ନ ରାଜ୍ୟରେ ଆସନ ବୁଝାମଣା କରିବା ପ୍ରଶ୍ନରେ ଖଡଗେ କହିଛନ୍ତି, ଏହା କୌଣସି ଗମ୍ଭୀର ପ୍ରସଙ୍ଗ ନୁହେଁ । ମେଣ୍ଟର ନେତାମାନେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ବାହାର କରିବା ନେଇ ଖଡଗେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Bengaluru Meeting: ନାମ ଘୋଷଣା କଲା ବିରୋଧୀ ମହାମେଣ୍ଟ, ଏଥର NDA vs INDIA

ବେଙ୍ଗାଲୁରୁରେ ଗତକାଲିଠାରୁ ଆରମ୍ଭ ହୋଇଥିବା ବିରୋଧୀଙ୍କର ଦ୍ବିତୀୟ ବୈଠକର ନତୃତ୍ବ କଂଗ୍ରେସ ନେଇଥିଲା । ପୂର୍ବ ତଥା ପ୍ରଥମ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଦଳମାନଙ୍କ ସହ ଅନ୍ୟ କିଛି ନୂତନ ଦଳଙ୍କ ସମେତ ମୋଟ 26ଟି ରାଜନୈତିକ ଦଳ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଆସନ୍ତାକାଲି ବିରୋଧୀ ନେତାମାନେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରାରମ୍ଭିକ ଆଲୋଚନା ଓ ନୈଶ୍ୟଭୋଜି ହୋଇଥିଲା । ଆଜି ଦ୍ବିତୀୟ ଦିନର ବୈଠକ ପରେ ମେଣ୍ଟର ନାମ ଡୂଡାନ୍ତ ହେବା ସହ ପରବର୍ତ୍ତୀ ତଥା 3ୟ ବୈଠକ ପାଇଁ ସ୍ଥାନ ମଧ୍ୟ ସ୍ଥିର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Opposition Meeting in Bengaluru: ପହଞ୍ଚିବାରେ ଲାଗିଛନ୍ତି ବିରୋଧୀ, ଦେଖନ୍ତୁ ଭିଡିଓ

ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁ) ସୁପ୍ରିମୋ ନୀତିଶ କୁମାର, ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ଗୋଟିଏ ବ୍ୟାନର ତଳେ ପ୍ରେସମିଟ କରି ମେଣ୍ଟର ନାମକରଣ ସହ ବିଜେପି ବିରୋଧରେ ଋଣହୁଙ୍କାର ଦେଇଥିଲେ ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.