ପାରାଦ୍ୱୀପରେ ଅନ୍ତର୍ଜାତୀୟ ଯୋଗ ଦିବସ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ସାମିଲ - Yoga Day in Jagatsinghpur - YOGA DAY IN JAGATSINGHPUR

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 21, 2024, 6:04 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ପାରାଦ୍ୱୀପର ବିଜୁ ମୈଦାନ ଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ ଯୋଗ ଦିବସ ଉପରେ ଆଲୋକପାତ କରିଥିଲେ । ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯିବାକୁ ନେଇ 2014 ମସିହା ଡିସେମ୍ବର 11 ତାରିଖରେ ଜାତିସଂଘର ମହା ଅଧିବେଶନ ସମୟରେ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଫଳରେ ଜୁନ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଭାରତ ବାହାରେ ଯୋଗର ମୂଲ୍ୟବୋଧକୁ ବୁଝି ଲୋକେ ଏହାକୁ ପାଳନ କରୁଛନ୍ତି । ଯୋଗ ଏକ ସୁସ୍ଥ ରହିବାର ସରଳ ବ୍ୟବସ୍ଥା । ଯୋଗ ମାଧ୍ୟମରେ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକତା ସୃଷ୍ଟି ହୋଇଥାଏ । ଭାରତରେ ଯୋଗ ର ହିଁ ଉତ୍ପତ୍ତି ସ୍ଥଳ। ପ୍ରାୟ 6 ହଜାର ବର୍ଷ ତଳେ ଏହାର ଉତ୍ପତ୍ତି ହୋଇଥିବା ବିଶ୍ୱାସ କରାଯାଏ । ଯୋଗ ମାଧ୍ୟମରେ ଶରୀରକୁ ସୁସ୍ଥ ରଖିବା ସହିତ ଆତ୍ମ ଶାନ୍ତି ମିଳିଥାଏ ବୋଲି ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ନଗର ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗ ଦେଇ ଯୋଗ ସମ୍ବନ୍ଧରେ ଆଲୋକପାତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ପାରାଦ୍ୱୀପ ବାସୀ ଯୋଗ ଦେଇ ଯୋଗ କରିଥିଲେ। ଯୋଗ ମାଧ୍ୟମରେ ଶରୀର ସୁସ୍ଥ ରହିବା ସହିତ ଆତ୍ମ ଶକ୍ତି ବଢିଥାଏ ବୋଲି ଯୋଗ ପ୍ରଶିକ୍ଷକ କହିଛନ୍ତି । ଦୈନ ଦିନ ଜୀବନ ରେ ଯୋଗା ଭ୍ୟାସ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । 

ଏହା ମଧ୍ୟ ପଢନ୍ତୁ: ଝାରସୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.