ପଣସ ଦେଖି ଲୋଭ ସମ୍ଭାଳି ପାରିଲାନି ଭାଲୁ, ଗଛରେ ଚଢି ଖାଇଲା - Bear Eats Jackfruit

By ETV Bharat Odisha Team

Published : Jun 9, 2024, 5:36 PM IST

thumbnail
BEAR EATS JACKFRUIT (ETV BHARAT ODISHA)

ନବରଙ୍ଗପୁର: ଗଛରେ ପାଚିଥିଲା ପଣସ । ପାଚିଲା ପଣସର ବାସ୍ନାରେ ବିମୋହିତ ହୋଇ ଗଛରେ ଚଢିଗଲା ଭାଲୁ । ପଣସ ଗଛରେ ବସି ପଣସ ଖାଇଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭତରାସିଉନି ଗ୍ରାମରେ । ଭାଲୁକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ସୂଚନା ଦେଇଥିଲେ । ତେବେ ଭାଲୁଟିକୁ ବନବିଭାଗ କାବୁ କରିଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗ୍ରାମର ବାବୁଲି ମିଶ୍ରଙ୍କ ଫାର୍ମ ହାଉସରେ ଭାଲୁ ପଣସ ଗଛ ଉପରେ ଚଢି ପଣସ ଖାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଭତରା ସିଉନି ଗାଁରେ ଘର ଘର ବୁଲୁଥିବାର ଅଭିଯୋଗ ମଧ୍ୟ ହେଇଛି । ଫଳରେ ଭୟରେ ଲୋକେ ଘର ବାହାରକୁ ଆସୁନାହାନ୍ତି । ଗତ କିଛି ମାସ ତଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଭାଲୁକୁ ପିଟି ପିଟି ଲୋକେ ମାରି ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ-ସହରରେ ବୁଲୁଛି ବଣୁଆ ଭାଲୁ, ପଡ଼ିଲା ତାଟି କବାଟ - Wild bear terror

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.