ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତି, ଶୁଭମୟ ହେବ ଦିନ - Mangala Alati

By ETV Bharat Odisha Team

Published : Sep 7, 2024, 8:15 AM IST

thumbnail
MANGALA ALATI (ETV BHARAT ODISHA)

ପୁରୀ: କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି କରାଯାଇଥାଏ । ଆଉ ତାଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ପୁରୀକୁ ଛୁଟି ଆସନ୍ତି ଭକ୍ତ । ପ୍ରତିଦିନ ଭୋରରୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ପ୍ରଥମେ ହୋଇଥାଏ ମଙ୍ଗଳ ଆଳତି । ମନ୍ଦିରରେ ପ୍ରଚଳିତ ନୀତି ମଧ୍ୟରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥାଏ । ଆଜି ମଧ୍ୟ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଶଙ୍ଖ ଧ୍ୱନି, ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥିଲା । ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ବିଶ୍ବାସ ରହିଛି, ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ଓ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.