ଉର୍ସ ଉତ୍ସବରେ ବୁଖାରି ବାବାଙ୍କ ପୀଠରେ ଚାଦର ଚଢ଼ାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ - Urs Festival In Bukhari Baba Shrine
🎬 Watch Now: Feature Video
Published : Apr 4, 2024, 5:29 PM IST
Urs Celebrataion In Bukhari Baba Shrine: ଖୋର୍ଦ୍ଧା: ସାରା ବିଶ୍ବରେ ଚାଲିଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଏହି କ୍ରମରେ ରମଜାନ ମାସର ୨୩ଦିନରେ ଖୋର୍ଦ୍ଧା କାଇପଦର ସ୍ଥିତ ବୁଖାରି ବାବାଙ୍କ ପୀଠରେ ଉର୍ସ ଉତ୍ସବ ପାଳନ ହୁଏ । ଏହି ଦିନ ଉଭୟ ହିନ୍ଦୁ ଓ ମୁସଲିମ ଶ୍ରଦ୍ଧାଳୁ ଉପବାସ ରହି ମାନସିକ ପୂରଣ ଲାଗି ଚାଦର ଚଢ଼ାଇଥାନ୍ତି । ହିନ୍ଦୁ ମୁସଲିମ ଉଭୟଙ୍କ ଧର୍ମ ପୀଠ ହେଉଛି ବାବା ବୁଖାରି ପୀଠ । ଖୋର୍ଦ୍ଧା କାଇପଦର ଠାରେ ଥିବା ଏହି ପୀଠରେ ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ପୂଜା କରି ଥାଆନ୍ତି । ରମଜାନ ମାସର ୨୩ଦିନରେ ବାବାଙ୍କ ଜନ୍ମ ଦିନ ପଡେ ଆଉ ସେଇ ଦିନକୁ ଉର୍ସ ଉତ୍ସବ ଭାବେ ପାଳନ କରାଯାଏ । ବହୁ ସଂଖ୍ୟାରେ ଦେଶ ବିଦେଶରୁ ମୁସଲିମ ଶ୍ରଦ୍ଧାଳୁ ମାନେ ଆସି ପୀଠରେ ବାବାଙ୍କୁ ଦର୍ଶନ କରିବା ସହ ଚାଦର ଚଢାଇଥାନ୍ତି । ଏଠାରେ ବାବାଙ୍କ ପାଇଁ ହିନ୍ଦୁ ଧର୍ମର ମାଳି ସେବକ ଫୁଲ ଚନ୍ଦନ ପ୍ରଦାନ କରୁଥିବା ବେଳେ ଗୁଡ଼ିଆ ସେବକ ଲଡୁ ଭୋଗ ପ୍ରସ୍ତୁତ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ...ଜଟଣୀରେ ପ୍ରଚାର ଆରମ୍ଭ କଲେ ସିଦ୍ଧାର୍ଥ ରାଉତରାୟ - Sidharth Routray Campaign
ଉର୍ସ ଉତ୍ସବରେ ବାବାଙ୍କ ଜନ୍ମ ପୀଠକୁ ସଫା କରି ଚନ୍ଦନ ଫୁଲ ଲାଗି ହୁଏ । ପୀଠକୁ ଆଲୋକ ମାଳରେ ସଜିତ କରାଯାଇଥାଏ ଏବଂ ରାତିରେ ପୀଠ ରଙ୍ଗ ବେରଙ୍ଗର ଆଲୋକ ମାଳରେ ଝଲସୁଥାଏ । ବିଭିନ୍ନ ଆଡୁ ମୁସଲିମ ଶ୍ରଦ୍ଧାଳୁ ଏହି ରମଜାନ ମାସରେ ଉପବାସ ରଖି ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି । କେହି କେହି ମାନସିକ ପୂରଣ ହେଲେ ଆଜିର ଦିନରେ ଅନ୍ନ ପ୍ରସାଦ ବାଣ୍ଟୁ ଥିବା ଦେଖିବାକୁ ମିଳିଛି । ବିଶ୍ବାସ ରହିଛି ଯେ ବାବାଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ପୂରଣ ହୁଏ ଆଉ ସେଇ ବିଶ୍ବାସ ଓ ଭରସାରେ ଏଠାକୁ ଉର୍ସ ଉତ୍ସବ ରାତିରେ ହଜାର ହଜାର ସଂଖାରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ସେହିଭଳି ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ଶହ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଖୋର୍ଦ୍ଧା