ଅନୁଗୋଳରେ ସିରିଜ ଦୁର୍ଘଟଣା, ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଗାଡି - ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଗାଡି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/29-01-2024/640-480-20615539-thumbnail-16x9-bsdf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 29, 2024, 1:02 PM IST
Road Accident: ଅନୁଗୋଳ: ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଗାଡି । ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡର ଖମାର ଥାନା ଅନ୍ତର୍ଗତ 149 ନଂ ଜାତୀୟ ରାଜପଥ ଟୋଲଗେଟ ନିକଟରେ ଏହି ଘଟଣା ଘଟିଛି । ଏକ ଟ୍ରଲରକୁ ଟ୍ରକ ଓ ପିକଅପ୍ ଧକ୍କା ଦେଇଥିଲା । ଫଳରେ ୩ଟି ଯାକ ଗାଡି ଜଳିଯାଇଥିଲା । ଏନେଇ ସୂଚନା ପାଇ ପାଳଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏନେଇ ଖମାର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ - ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଟ୍ରକ, 3 ଡ୍ରାଇଭର ଜୀବନ୍ତ ଦଗ୍ଧ
ଇଟିଭି ଭାରତ, ଅନୁଗୋଳ