ତନ୍ତ୍ରସାଧନର ପର୍ବ 'କରମସାନୀ ଉତ୍ସବ', ସପ୍ତମାତୃକା ଉପାସନା କଲେ ଆଦିବାସୀ ସମ୍ପ୍ରଦାୟ - Karamsani Festival

By ETV Bharat Odisha Team

Published : Sep 15, 2024, 7:55 PM IST

thumbnail
Karamsani Festival (ETV Bharat Odisha)

ବୌଦ୍ଧ: ତନ୍ତ୍ର ସାଧନାର ଅନନ୍ୟ ପର୍ବ କରମସାନୀ ଦେବୀଙ୍କ ଉତ୍ସବ । ନିଷ୍ଠା ଓ କାଷ୍ଠାର ସହିତ ଉଜାଗରର ଏହି ପ୍ରାଚୀନ ପର୍ବ ଆଦିବାସୀ ସମ୍ପ୍ରଦାୟର ଅନ୍ୟତମ ମହାନ ପର୍ବ ଭାବରେ ପରିଗଣିତ ହୋଇଥାଏ । ଜାଗର, ଜୁଗାର ଓ ଉଜାଗରର ଅନନ୍ୟ ପର୍ବ କରମସାନୀ ଦେବୀଙ୍କ ଉତ୍ସବ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାଦ୍ରବ ଏକାଦଶୀ ତିଥିରେ ଆଦିବାସୀ ଶ୍ରଦ୍ଧାଳୁମାନେ ଦେବୀ କରମସାନୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ରାତି ତମାମ ଉଜାଗର ରହି ପାଳନ କରିଛନ୍ତି । ସାତଜଣ କୁମାରୀଙ୍କ ଦ୍ବାରା ଭାଦ୍ରବ ଷଷ୍ଠୀ ଦିନ ନିକଟରେ ଥିବା ମହାନଦୀରୁ ବାଲି କଢ଼ା ପର୍ବ ଅନୁଷ୍ଠିତ ହୋଇଥାଏ । ସେଥିରେ ୭ ପ୍ରକାରର ଫୁଲ ଓ ୭ ପ୍ରକାରର ଶସ୍ୟ ରଖି କୋଠିଘରେ ପୂଜାର୍ଚ୍ଚନା କରାଯାଇଥାଏ ।

ଏହା ବି ପଢନ୍ତୁ...Nuakhai 2024: ପିଠାପଣାରେ ମହକିଲା ପଶ୍ଚିମ ଓଡ଼ିଶା, ସବୁଠି ନୂଆଖାଇ ଧୂମ, ଏକାଠି ନୂଆ ଖାଇଲେ ରାଜ ପରିବାର - nuakhai 2024

ଏହା ବି ପଢନ୍ତୁ...Nuakhai-2024: ଉତ୍ସବମୁଖର ସୁବର୍ଣ୍ଣପୁର, ମା' ସୁରେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ - Nuakhai 2024

ଏହା ବି ପଢନ୍ତୁ...ଟୋକିମରା ପର୍ବ ପାଳିତ: ୧୨ ବର୍ଷ ଅନ୍ତରାଳେ ପାଳିତ ହୋଇଥାଏ ଏହି ପର୍ବ

ଏହା ବି ପଢନ୍ତୁ...ପରୁଆମାଳି ଗୁମ୍ଫାରେ ଚନ୍ଦନ ଯାତ୍ରା ଓ ଲିଆଖିଆ ପର୍ବ 

ଦଶମୀ ତିଥିରେ ରାତି ତମାମ ଉଜାଗର ରହି କରମସାନୀ ଦେବୀଙ୍କ ଉତ୍ସବ ପାଳନ କରିଥାନ୍ତି ଶ୍ରଦ୍ଧାଳୁ । ଦ୍ଵାଦଶୀ ଦିନ ସକାଳୁ କୁମାରୀ କନ୍ୟାମାନେ ଦେବୀ କରମସାନୀଙ୍କ ଘଟକୁ ମାଦଳର ତାଳେ ତାଳେ ମହାନଦୀ କୂଳରେ ସ୍ବତନ୍ତ୍ର ପୂଜାପାଠ ପରେ ଡାଳ ଉହୁଳା କରିଥାନ୍ତି । ସେଠାରେ ଦେବୀ ମହିଳା ବରୁଆଙ୍କ ଦେହରେ ଆବିର୍ଭାବ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି । ବୌଦ୍ଧର ବାପୁଜୀ ନଗରଠାରେ ଏହି ସପ୍ତମାତୃକା ଉପାସନାର ପର୍ବ କାହିଁ କେଉ ଆବାହମାନ କାଳରୁ ଚାଲିଆସୁଛି । 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.