ETV Bharat / state

ଟୋକିମରା ପର୍ବ ପାଳିତ: ୧୨ ବର୍ଷ ଅନ୍ତରାଳେ ପାଳିତ ହୋଇଥାଏ ଏହି ପର୍ବ

author img

By

Published : Jan 16, 2022, 10:32 PM IST

ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହୁଏ । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ଏହି ନିଆରା ପର୍ବ । ଅଧିକ ପଢନ୍ତୁ

ଟୋକିମରା ପର୍ବ ପାଳିତ: ୧୨ ବର୍ଷ ଅନ୍ତରାଳେ ପାଳିତ ହୋଇଥାଏ ଏହି ପର୍ବ
ଟୋକିମରା ପର୍ବ ପାଳିତ: ୧୨ ବର୍ଷ ଅନ୍ତରାଳେ ପାଳିତ ହୋଇଥାଏ ଏହି ପର୍ବ

ଭବାନୀପାଟଣା: ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲି ଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ । ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ ପରିବର୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା । ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ବରେ । ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହେଉଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ଏହି ନିଆରା ପର୍ବ ।

ଆଜି(ରବିବାର) ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଡାକକୋଟା ଗାଁରେ ପରମ୍ପରା ଅନୁଯାୟୀ ଟୋକି ପର୍ବ ପାଳିତ ହୋଇଯାଇଛି । ପ୍ରଥମେ ଟୋକିମରା ପର୍ବ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା କାର୍ଯ୍ୟ ଆରମ୍ଭ କରିବା ସହ ଗ୍ରାମର ଇଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରିଥିଲେ ।

ବୋଦା ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରିବା ପରେ ଟୋକିମରା ପର୍ବ ପୂର୍ବରୁ ଦେବୀଙ୍କ ପୀଠରେ ପୂର୍ବବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଦେବୀଙ୍କ ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଆଦିବାସୀ ରୁଣ୍ଡ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନାଚଗୀତ କରି ଗାଁ ମୁଣ୍ଡରେ ଥିବା ଧରଣୀ ପେନୁ ନିକଟରେ ପହଞ୍ଚି ବା ପରେ ସେଠାରେ ବଳି ଦିଆଯାଇଥିଲା । ସେହିଭଳି ଜୟପାଟଣା ବ୍ଲକ ରାଣୀବାହାଲ ଠାରେ ମଧ୍ୟ ଟୋକିମରା ପର୍ବ ପାଳିତ ହୋଇଯାଇଛି । ଏହି ପର୍ବରେ ଶହଶହ ସଂଖ୍ୟାରେ ଆଦିବାସୀ ସାମିଲ ହୋଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.