thumbnail

ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାରେ ଜାଲିଆତି ! ରାଜଭବନ ଘେରିଲା ଛାତ୍ର କଂଗ୍ରେସ

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖା ଜାଲିଆତି ଅଭିଯୋଗ ଆଣି କୁଳାଧିପତି ତଥା ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଛାତ୍ର କଂଗ୍ରେସ । ଏଥିସହ ରାଜଭବନ ଘେରାଉ କଲା ଛାତ୍ର କଂଗ୍ରେସ । ଉତ୍କଳ ବିଶ୍ଵବିଦ୍ୟାଳୟରେ ଆଡ଼ମିସନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଆଜି ଛାତ୍ର କଂଗ୍ରେସ ରାଜଭବନ ଘେରାଉ କରିଛି । ଉତ୍କଳ ୟୁନିଭରସିଟିର ଲାଇବେରୀ ଆଣ୍ଡ ସାଇନ୍ସ ବିଭାଗରେ ୱେଟିଂ ଲିଷ୍ଟରେ ଜଣେ ଛାତ୍ରଙ୍କୁ ଆଡ଼ମିସନ ପାଇଁ ଡକାଯାଇ ମଧ୍ୟ ତାଙ୍କୁ ଆଡ଼ମିସନ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ନେତା ।  

ଛାତ୍ର ନେତାଙ୍କ ଅଭିଯୋଗ ଅନୁସାରେ, ‘9 ନମ୍ବରରେ ଥିବା ଛାତ୍ରଙ୍କର ଆଡ଼ମିସନ ନ କରାଇ 11 ନମ୍ବର ଶ୍ରେଣୀରେ ଥିବା ଛାତ୍ରଙ୍କୁ ଆଡ଼ମିସନ ଦିଆଯାଇଛି ।’ ଛାତ୍ରମାନଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଛି 2 ଦିନ ତଳେ ଛାତ୍ର କଂଗ୍ରେସ ଉତ୍କଳ ବିଶ୍ବବିଦ୍ୟାଳୟ ଘେରାଓ କରିଥିଲା କୌଣସି ସୁଫଳ ନା ମିଳିବାରୁ ଆଜି ପୁଣି ଠାରେ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ତେଣୁ ତୁରନ୍ତ ତ୍ରୁଟି ସୁଧାରି ଛାତ୍ରଙ୍କର ଆଡ଼ମିସନ କରାନଗଲେ ଆଗକୁ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଆଜି ଆନ୍ଦୋଳନ ସମୟରେ ଛାତ୍ର ନେତା ଓ ପୋଲିସ ମୁହାଁମୁହିଁ ହେବା ସହ ବାରିକେଟ ଭାଙ୍ଗି ରାଜଭବନ ଭିତରକୁ ପଶିବାକୁ ଉଦ୍ୟମ କରି ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ଆନ୍ଦୋଳନ ପରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ  ଦାବିପତ୍ର ପ୍ରଦାନ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ:

Congress Strike: ତେଜିଲା ଛାତ୍ର ସଂସଦ ଆନ୍ଦୋଳନ ଦାବି, ଆଜି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ - Student Congress Protest

NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ - Student Congress Protest

ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ: 'ଗୋ ବ୍ୟାକ୍' ନାରା ଦେଲା ଛାତ୍ର କଂଗ୍ରେସ

ନିଯୁକ୍ତି ଅଭାବ ଓ ଶିକ୍ଷାର ଦୂରାବସ୍ଥାକୁ ନେଇ ସରକାରଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା - BJP Yuva Morchha Protest

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.