ସ୍ନାନ ପୂର୍ଣ୍ଣିମାରେ ପୂଷ୍ପ ରୂପକ ବର୍ଷାରେ ଭିଜିଲେ ଭକ୍ତ-ଭଗବାନ - Snana Yatra 2024

By ETV Bharat Odisha Team

Published : Jun 22, 2024, 3:32 PM IST

thumbnail
SNANA YATRA 2024 (ETV Bharat Odisha)

SNANA YATRA 2024 ପୁରୀ: ବର୍ଷାରେ ଭିଜିଲେ ଶ୍ରୀଜିଉ । ପବିତ୍ର ସ୍ନାନଯାତ୍ରାରେ ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଶ୍ରୀଜିଉଙ୍କ ସ୍ନାନବେଦୀରେ ଦିବ୍ୟ ସ୍ନାନ ନୀତି ଜାରି ରହିଥିବା ବେଳେ ପୁରୀରେ ବର୍ଷା ହୋଇଛି । ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ହେଉଥିବା ବେଳେ ବର୍ଷା ହୋଇଥିଲା  । ଦୀର୍ଘ ଦିନ ହେବ ପୁରୀରେ ବର୍ଷା ହୋଇନଥିବା ବେଳେ ଆଜିର ଦିନରେ ଏଭଳି ବର୍ଷା ହେବାକୁ ନେଇ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଜୟ ଜଗନ୍ନାଥ ନାରାରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଉଠିଛି  । ଭଗବାନଙ୍କ କୃପାରୁ ଏଭଳି ବର୍ଷା ହୋଇଛି ବୋଲି ଭକ୍ତମାନେ କହିଛନ୍ତି । ବିଶ୍ବାସ ରହିଛି ଦେବସ୍ନାନ ପୂର୍ଣ୍ଣିମାରେ ଦେବରାଜ ଇନ୍ଦ୍ର ଭଗବାନଙ୍କ ଉପରେ ବର୍ଷା କରାଇଥାଆନ୍ତି । ପ୍ରତିବର୍ଷ ଏହି ଦିନ ବର୍ଷା ହୋଇଥିବା ଦେଖିବାକୁ ମିଳେ  ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.