ବାଲୁକା କଳାରେ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା - PURI SAND ART ON LAL KRISHNA ADVANI
🎬 Watch Now: Feature Video
Published : Nov 8, 2024, 10:45 PM IST
ପୁରୀ: ଆଜି ବିଜେପିର ବରିଷ୍ଠ ନେତା ତଥା ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ଦିନ ।ଏହି ଅବସରରେ ବାଲୁକା ଚିତ୍ର କଳାରେ ଜନ୍ମ ଦିନ ଶୁଭେଛା ଜଣାଇଲେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚରେ ସୁଦର୍ଶନ ପଟ୍ଟନାୟକ ଏହି ସୁନ୍ଦର୍ ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି । ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକୃତିକୁ ଏହି ବାଲୁକା ଚିତ୍ରକଳାରେ ଅତି ନିଖୁଣ ଭାବରେ ନିର୍ମାଣ କରିଛନ୍ତି ସେ । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସୁଦର୍ଶନ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି ।
ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ଏହି ଭେଟେରାନ 1927ରେ ପରାଧୀନ ଭାରତରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ଆଡଭାନୀ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘରୁ ବିଜେପିରେ ଯୋଗଦାନ କରିଥିଲେ । ତାଙ୍କ ନେତୃତ୍ବରେ ଗୁଜୁରାଟରୁ ବାହାରିଥିବା ରଥଯାତ୍ରା ତାଙ୍କୁ ଜଣେ ହିନ୍ଦୁବାଦୀ ରାଜନେତା ଭାବେ ଦେଶରେ ପରିଚୟ ଦେଇଥିଲା । 1998 ରୁ 2004 ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ପରେ ସେ 2002 ରୁ 2004 ପର୍ଯ୍ୟନ୍ତ ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ ।
ଏହା ମଧ୍ୟ ପଢନ୍ତୁ ...ଅଟଳଙ୍କୁ ମନେ ପକାଇଲେ ଆଡଭାନୀ, ବିନମ୍ରତା ସହ ଗ୍ରହଣ କଲେ ଭାରତରତ୍ନ
ଇଟିଭି ଭାରତ, ପୁରୀ