ବାଲୁକା କଳାରେ ହର ଘର ତ୍ରିରଙ୍ଗା ପାଳନ କରିବାକୁ ବାର୍ତ୍ତା ଦେଲେ ସୁଦର୍ଶନ - Har Ghar Tiranga Sand Art

By ETV Bharat Odisha Team

Published : Aug 10, 2024, 10:54 PM IST

thumbnail
Sand Artist Sudarsan Pattnaik (ETV Bharat Odisha)

Sand Art With Har Ghar Tiranga Message: ପୁରୀ: ଭାରତ ଛାଡ ଆନ୍ଦୋଳନ ସ୍ମୃତିକୁ ମନେପକାଇବାକୁ ନେଇ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ସାରିଛି । ସବୁ ଭାରତୀୟମାନେ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପାଇଁ ଲଢେଇ କରି ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ ପାଇଁ ଏହି ଅଭିଯାନ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନୀଳାଦ୍ରି ବିଚ୍‌ରେ ଏକ ସୁନ୍ଦର୍ ବାଲୁକା ଚିତ୍ର କଳା ତିଆରି କରି 'ହର ଘର ତ୍ରିରଙ୍ଗା' କାର୍ଯକ୍ରମକୁ ସମସ୍ତେ ପାଳନ କରିବାକୁ ବାଲୁକା ଚିତ୍ର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ବାଲୁକା ଚିତ୍ରକଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ମାନଚିତ୍ରର ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ଏହି ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ କିଭଳି ସାରା ଦେଶରେ ତ୍ରିରଙ୍ଗା ଉଡୁଛି ତାହା ପ୍ରତିକୃତି ଏହି ବାଲୁକା ଚିତ୍ର କଳାରେ ଦେଖିବାକୁ ମିଳିଛି ।

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଅଗଷ୍ଟ 9 ତାରିଖରୁ ଅଗଷ୍ଟ 15 ତାରିଖ ଯାଁଏ ଏହି ହର ଘର ତ୍ରିରଙ୍ଗା ପାଳନ ହେଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ସମସ୍ତେ ଗ୍ରହଣକରି ଏହି ଅଭିଯାନରେ ସାମିଲ ହେବା ଉଚିତ । ସେହିପରି ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତ୍ରିରଙ୍ଗା ଫଟୋ ଲଗେଇ ଥିବାରୁ ଆମେ ସମସ୍ତେ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫୋଟୋ ଲଗେଇବା ।" ତେବେ ସୁଦର୍ଶନଙ୍କ ଏହି ଚିତ୍ରକଳା ଦେଖିବା ପାଇଁ ବହୁ ପର୍ଯ୍ୟଟକ ଭିଡ଼ ଜମାଇଥିଲେ  ।

ଏହା ମଧ୍ୟ ପଢ଼ନ୍ତୁ...କେରଳ ଭୂସ୍ଖଳନରେ ମୃତ୍ୟୁର ତାଣ୍ଡବ; ବାଲୁକାକଳାରେ ଗଭୀର ଶ୍ରଦ୍ଧାଞ୍ଜଳି - sand art tribute to victims

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.