ପ୍ରାଣ ପ୍ରତିଷ୍ଠା ଉତ୍ସବ, ଦେଖନ୍ତୁ ଶିଳ୍ପୀ ମାନସଙ୍କ ମନଲୋଭା ସ୍ୟାଣ୍ଡ ଆନିମେସନ - ପ୍ରାଣ ପ୍ରତିଷ୍ଠା ଉତ୍ସବ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 20, 2024, 9:17 PM IST

Sand animation on Ram mandir: ପୁରୀ: ଅଯୋଧ୍ୟା ରାମ ମନ୍ଦିରରେ ବିରାଜିବେ ରାମଲାଲା । ଶ୍ରଦ୍ଧାଳୁମାନେ ନିଜ ନିଜ ପ୍ରତିଭାର ଉପଯୋଗ କରି ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ କରୁଛନ୍ତି । ଠିକ ସେହିପରି ଅନ୍ତର୍ଜାତୀୟ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି । ଏହି ସ୍ୟାଣ୍ଡ ଆନିମେସନ ଭିଡିଓଟି 5 ମିନିଟ 34 ସେକେଣ୍ଡର ।  ଏହି ଭିଡିଓକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 20 ଘଣ୍ଟା ସମୟ ଲାଗିଥିଲା । ଭିଡିଓରେ ମନ୍ଦିରର ନିର୍ମାଣ ଖବର ଶୁଣି ଜନସମାଜ ଖୁସିରେ ପୁଲକିତ ହୋଇଯାଉଛନ୍ତି ସାଧୁସନ୍ଥ । ଏହାପରେ ପ୍ରତ୍ୟେକ ସନାତନ ପ୍ରେମୀମାନେ ଶୋଭାଯାତ୍ରା କରୁଛନ୍ତି। ଦୀର୍ଘ ୫୦୦ ବର୍ଷର ସ୍ବପ୍ନ ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ସାରା ଭାରତ ବର୍ଷରେ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଭରିଯାଇଛି।  ଶିଳ୍ପୀ ମାନସ ୫ ଅଗଷ୍ଟ ୨୦୨୦ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜନ କରୁଥିବାର ଦୃଶ୍ୟକୁ ମଧ୍ୟ ଚିତ୍ରଣ କରିଛନ୍ତି ।  ମନ୍ଦିର ନିର୍ମାଣ ପରେ ସମସ୍ତେ ଶୋଭାଯାତ୍ରା, କଳସ ଯାତ୍ରା ହେବାର ଦୃଶ୍ୟ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଉତ୍ସବକୁ ଅତି ସୁନ୍ଦର ନିଖୁଣ ଭାବରେ ନିଜ ମୁଠାଏ ବାଲିରେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ମାନସ ।  

ଏହା ବି ପଢନ୍ତୁ- ସ୍ୟାଣ୍ଡ ଆନିମେସନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.