ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ତହସିଲ କାର୍ଯ୍ୟ ଠପ - ବ୍ୟାସନଗର ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 19, 2024, 6:02 PM IST
Revenue Inspectors Protest in Byasanagar: ଯାଜପୁର: ଏକାଧିକ ଦାବି ପୂରଣ ପାଇଁ ଆନ୍ଦୋଳନରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ବ୍ୟାସନଗର ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ । ଦାବି ପୂରଣ ପାଇଁ ସଂଘ ପକ୍ଷରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ ଚାଲିଛି କାର୍ଯ୍ୟବନ୍ଦ ଆନ୍ଦୋଳନ । ଜିଲ୍ଲା ସଭାପତି ସଞ୍ଜୟ କୁମାର ବଳଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବ୍ୟାସନଗର ତହସିଲର ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି । ସାରା ରାଜ୍ୟରେ ସଙ୍ଘ ପକ୍ଷରୁ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବ୍ୟାସନଗର ତହସିଲରେ କାର୍ଯ୍ୟ କରୁଥିବା ସମସ୍ତ 14ଟି ସର୍କଲର ରାଜସ୍ବ କ୍ଷେତ୍ର ଅଧିକାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନରେ ଜିଲ୍ଲା ସମ୍ପାଦକ ସୁଧୀର ରଞ୍ଜନ ମଲ୍ଲିକ ଯୋଗଦେଇ ଦାବି ପୂରଣ ନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଏହା ବି ପଢନ୍ତୁ- ଗୋପ ତହସିଲ ସମ୍ମୁଖରେ ରାଜସ୍ବ କର୍ମଚାରୀଙ୍କ ଧାରଣା, ରହିଛି ୬ ଦଫା ଦାବି
ସେପଟେ ଆଜି ସାରା ରାଜ୍ୟରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା 10 ଟି ତହସିଲରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସେପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ସଂଘର ପ୍ରମୁଖ ଦାବି ମଧ୍ୟରେ ରହିଛି ଓଡିଆରଏସ ନିୟମ 1983ରେ ଆବଶ୍ୟକ ସଂଶୋଧନ, ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କ୍ୟାଡର ଗଠନ, ସହକାରୀ ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ ବେତନ ସଂରଚନା ସଂଶୋଧନ, ଏହାସହ ବିଓଆର କଟକ ଦ୍ବାରା ପ୍ରକାଶିତ ନିଯୁକ୍ତି ତାଲିକାରେ ଧାର୍ଯ୍ୟ କରାଯାଇଥିବା ସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜର ପଦର ନାମକରଣର ଅତିରିକ୍ତ ତହସିଲଦାରଙ୍କୁ ପରିବର୍ତ୍ତନ କରିବା ସେହି ଅନୁସାରେ ୩-୧ ରାଜସ୍ବ ମଣ୍ଡଳରେ ତହସିଲଗୁଡିକରେ ନିଯୁକ୍ତ କରିବା, ଓଏଏସ ପାଇଁ ୨୫ ପ୍ରତିଶତ ପଦ ପଦନ୍ନୋତି ଯୋଗ୍ୟ ରାଜସ୍ବ ସୁପରଭାଇଜରଙ୍କ ଦରମା, ସେବା କାର୍ଯ୍ୟାଳୟ ଓ ରାଜସ୍ବ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖିବା, ୧ ଜାନୁୟାରୀ ୨୦୦୬ରୁ ରାଜସ୍ବ ନୀରିକ୍ଷକ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଓ ଆରଏସ କର୍ମଚାରୀଙ୍କ ବେତନ ବର୍ଦ୍ଧିତ ସ୍କେଲରେ ଧାର୍ଯ୍ୟ କରିବା । ଏଭଳି 6 ଦଫା ଦାବି ପୂରଣ ପାଇଁ ଆନ୍ଦୋଳନରତ କର୍ମଚାରୀମାନେ ଦାବି କରିଛନ୍ତି ।
ଇଟିଭି ଭାରତ, ଯାଜପୁର