ବଦଳୁଛି ନେତାଜୀଙ୍କ ଜନ୍ମ ପୀଠ ଚିତ୍ର - ସୁବାସ ବୋଷଙ୍କ ଜନ୍ମ ପୀଠ
🎬 Watch Now: Feature Video
Published : Feb 28, 2024, 5:18 PM IST
Renovation of Netaji Museum:କଟକ: ନୂଆଁ ରୂପ ପାଉଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାସ ବୋଷଙ୍କ ଜନ୍ମ ସ୍ଥାନ । ଏହି ସ୍ଥାନଟି ଐତିହ କୀର୍ତ୍ତିରାଜିରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରୁଥିବା ବେଳେ ସାରା ବିଶ୍ୱକୁ ଦେବ ଏକ ଦିଗଦର୍ଶନ। ଅନେକ ବର୍ଷ ଧରି ଅବହେଳିତ ଭାବରେ ପଡ଼ି ରହିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଐତିହାସିକ ସ୍ଥାନ ପାଇବ ନୂଆଁ ରୂପ । ସିଏମସି ଓ ସିଡ଼ିଏର ମିଳିତ ଉଦ୍ୟମରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ । ଯାହା ଏକ ମାସ ମଧ୍ୟରେ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର ।
ସିଏମସି କମିଶନରସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,"ଏହି ପ୍ରୋଜେକ୍ଟରେ ଯୋଗ କେନ୍ଦ୍ର, ସ୍ୱାଧୀନତା ସଂଗ୍ରାମ ସମୟର ପୁରୁଣା ଜେଲ୍ ,ଶିଶୁ ଉଦ୍ୟାନ, ଫୁଡ଼ ସେଣ୍ଟର, ଓ ଲାଇଟ ସୋ' ଭଳି ଅନେକ ବିଭାଗ ରହିବ । ଯାହାଦ୍ୱାରା ନେତାଜୀଙ୍କ ଜୀବନଚର୍ଯ୍ୟା ଉପରେ ଅଧିକରୁ ଅଧିକ ଜାଣିବାରେ ସକ୍ଷମ ହେବେ ଲୋକେ । ମୋଟ 45ରୁ 50କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଜାରି ରହିଛି । ଏହି ବଡ଼ ପ୍ରୋଜେକ୍ଟକୁ ଏକ ମାସେ ମଧ୍ୟରେ ଶେଷ କରିବା ପାଇଁ ତ୍ୱରିତ ଢଙ୍ଗରେ କାର୍ଯ୍ୟ ଜାରି ରହିଛି ।"
ବର୍ତ୍ତମାନ ସମୟରେ କଟକକୁ ପର୍ଯ୍ୟଟନ ହବ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଅନେକ ଯୋଜନା ମଧ୍ୟରେ ଏହା ଏକ ସ୍ୱତନ୍ତ୍ର ସ୍ଥାନ ଭାବରେ ପରିଗଣିତ ହେବ । କାହିଁକି ନା ପୂର୍ବରୁ ତାଳଦଣ୍ଡା କେନାଲ , ସିଲଭର ସିଟି ବୋଟ କ୍ଲବକୁ ପର୍ଯ୍ୟଟନ କେନ୍ଦ୍ର ତାଲିକାରେ ସାମିଲ କରିଯାଇଛି । ବର୍ତ୍ତମାନ ନେତାଜୀ ମେମୋରିଆଲ ପ୍ରୋଜେକ୍ଟର ମଧ୍ୟ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହେବ । ଯାହାଦ୍ୱାରା ଜାନକୀ ନାଥ ଭବନ ବା ନେତାଜୀ ସଂଗ୍ରହାଳୟର ସୌନ୍ଦର୍ଯ୍ୟତା ପରିସର ଦ୍ବିଗୁଣିତ ହେବ ।
ଇଟିଭି ଭାରତ, କଟକ