thumbnail

ନିୟମଗିରି ଅଞ୍ଚଳ ବୁଲି ସ୍ଥିତି ପରଖିଲେ ରାୟଗଡ଼ା ଜିଲ୍ଲାପାଳ ଓ ଏସପି - Maoist Affected Area Niyamagiri

By ETV Bharat Odisha Team

Published : Jul 6, 2024, 10:48 PM IST

Collector and SP Visit Niyamagiri: ରାୟଗଡା: ମାଓ ପ୍ରବଣ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ । ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲା ଆରକ୍ଷୀ ଅଧୀକ୍ଷକ ହରିଶ ବିସି ମାଓ ପ୍ରବଣ ନିୟମଗିରି ଅଞ୍ଚଳ ଗସ୍ତ କରିଛନ୍ତି । କଲ୍ୟାଣସିଂହପୁର ବ୍ଲକ ପାର୍ସେଲି ପଞ୍ଚାୟତ ଲମ୍ବା ଓ ଡଙ୍ଗାମାଟି ଗ୍ରାମ ପରିଦର୍ଶନ କରିଛନ୍ତି । ନିୟମଗିରି ଅଞ୍ଚଳର ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ସୁଖଦୁଃଖ ବୁଝିଛନ୍ତି ।  

ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଲମ୍ବା ଓ ଡଙ୍ଗାମାଟି ଗ୍ରାମର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ସ୍ବାସ୍ଥ୍ୟ ସେବା ପାଉଛନ୍ତି କି ନାହିଁ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ମିଳୁଛି କି ନାହିଁ, ଆଶା ଅଙ୍ଗନବାଡି ନିୟମିତ ଆସୁଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ । ଉକ୍ତ ଗାଁରେ ସୌର ଚଳିତ ବିଦ୍ୟୁତ୍ ଯୋଗାଇ ଦିଆଯାଇଥିବାରୁ ତାହା ଯଥେଷ୍ଟ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଖୁବଶୀଘ୍ର ଉକ୍ତ ଗ୍ରାମରେ ସର୍ଭେ କରାଯାଇ ବିଦ୍ୟୁତ୍ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ... ସମସ୍ୟା ଘେରରେ ଡଙ୍ଗରିଆ ଜନଜାତି, ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଲେ - Dongria Tribes

ଆସନ୍ତା ୧୦ ତାରିଖରୁ ଏହି ଦୁଇଟି ଗାଁରେ ଶିବିର କରାଯାଇ ଆଧାର, ଜନ୍ମ ଓ ଜାତିପ୍ରମାଣ ପତ୍ର ଯୋଗାଇ ଦିଆଯିବ ବୋଲି ବିଡ଼ିଓ ମନୀଷା ଦାସ ପ୍ରକାଶ କରିଛନ୍ତି । ଜିଲ୍ଲା ପୁଲିସ ପକ୍ଷରୁ ବୟସ୍କ ବ୍ୟକ୍ତିମାନଙ୍କୁ ଛତା, କମ୍ବଳ ଓ ଟି-ସାର୍ଟ ପ୍ରଦାନ କରାଯାଇଥିଲା । ସେହିଭଳି ଶିଶୁମାନଙ୍କୁ ସ୍କୁଲ ବ୍ୟାଗ, ପାଣି ବୋତଲ, ପେନସିଲ, ରବର ଓ କ୍ୟାପ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ କଲ୍ୟାଣସିଂହପୁର ବିଡ଼ିଓ, ଥାନାର ଭାରପ୍ରାପ୍ତ ଅଧିକାରୀ ନୀଳକଣ୍ଠ ବେହେରା ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.