'ନେଟୱର୍କ ନାହିଁ ତ ଭୋଟ୍ ନାହିଁ', ପଞ୍ଚାୟତବାସୀଙ୍କ ଚରମ ନିଷ୍ପତ୍ତି - ରଟିଙ୍ଗିଆ ନେଟୱର୍କ ସମସ୍ୟା

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 24, 2024, 2:44 PM IST

Network Problems In Kandhamal ଫୁଲବାଣୀ: ନେଟୱର୍କ ନାହିଁ ତ ଭୋଟ ନାହିଁ । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ନେଟୱର୍କ ସମସ୍ୟା ଯୋଗୁଁ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ କର୍ମଚାରୀମାନେ ରାସ୍ତା ଘାଟରେ ଅଫିସ କାମ କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ରାସନ୍ କାର୍ଡ ଧାରୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉଥିବା ନେଇ ସୂଚନା ଦିଆଯାଇଥିଲା । ଟଙ୍କାକୁ ଅନଲାଇନ୍ ମାଧ୍ୟମରେ ଦିଆଯାଉଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ନେଟୱର୍କ ନଥିବାରୁ କର୍ମଚାରୀମାନେ ରାସ୍ତା ଘାଟରେ ନିଜ କାମ କରିବାକୁ ବାଧ୍ୟ ହେଉଛନ୍ତି । ଅଞ୍ଚଳର ଶହ ଶହ ହିତାଧିକାରୀ ରୁଣ୍ଡ ହୋଇ ଅପେକ୍ଷା କରିଥିବା ବେଳେ ସେହି ସ୍ଥାନରେ ମଧ୍ୟ ନେଟୱର୍କ ସମସ୍ୟା ଦେଖା ଦେଇଥିଲା । ଟଙ୍କା ମିଳିନଥିବା ଲୋକମାନେ ଘରକୁ ଫେରିଯାଇ ଦୁଃଖ ପ୍ରକାଶ କରିଛନ୍ତି ।  

ଅଞ୍ଚଳବାସୀଙ୍କ ଦ୍ଵାରା ୨୦୧୭ ମସିହାରୁ ବାରମ୍ବାର ନେଟୱର୍କ ସମସ୍ୟାକୁ ନେଇ ପ୍ରଶାସନକୁ ଅବଗତ କରିବା ସହିତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ।  ନେଟୱାର୍କ ନଥିବାରୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଭଳି ଯେକୌଣସି ଜରୁରୀ କାଳୀନ ସେବାରୁ ବଞ୍ଚିତ ହେଉଛନ୍ତି । ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବାହାରେ ରହି ପାଠ ପଢୁଥିବା ବେଳେ ଜରୁରୀ ପରିସ୍ଥିରେ ଘରଲୋକଙ୍କ ସହିତ ଯୋଗାଯୋଗ କରିପାରୁନାହାନ୍ତି । ସେପଟେ ପ୍ରଶାସନ ଓ ରାଜନେତାମାନେ କେବଳ ମିଛ ପ୍ରତିଶ୍ରୁତି ଦେଇ ଅଞ୍ଚଳବାସୀଙ୍କୁ ଠକୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନେଟୱର୍କ ବ୍ୟବସ୍ଥା କରାନଗଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଗ୍ରାମବାସୀ ।  

ଏହା ମଧ୍ୟ ପଢ଼ନ୍ତୁ...ବିକାଶଠୁ ଦୂରରେ ଲାଇଲାଇ ଗାଁ: ଗମନାଗମନ ପାଇଁ ନାହିଁ ପକ୍କା ରାସ୍ତା, ଆସୁନି ନେଟୱାର୍କ

ଇଟିଭି ଭାରତ, କନ୍ଧମାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.