ସରିଲା ପହଣ୍ଡି, ୩ ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି - Pahandi Bije Rituals - PAHANDI BIJE RITUALS
🎬 Watch Now: Feature Video
Published : Jul 15, 2024, 2:07 PM IST
ପୁରୀ: ସରିଲା ତିନି ଠାକୁରଙ୍କ ପହଣ୍ଡି ବିଜେ । ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି । ରଥରେ ବସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ପ୍ରଥମେ ଧାଡି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରେ ବିଜେ କରିବା ପରେ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଝୁଲି ଝୁଲି ଆସି କାଳିଆ ରଥରେ ବିଜେ କରିଥିଲା । ଜନସମୁଦ୍ର ପାଲଟିଛି ପୁରୀ ସହର । ଭୋରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା କରାଯାଇଥିଲା । ଏହା ପରେ ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡା ପହଣ୍ଡି ବିଜେ । ଜଣେ ପରେ ଜଣେ ଆସି ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ରଥ ଉପରେ ଏବେ ନୀତିକାନ୍ତି ଜାରି ରହିଛି । ସେପଟେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ । ଶ୍ରୀଜିଉ ରଥାରୂଢ ହେବା ପରେ ଛେରାପହଁରା ନୀତି ହେବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଖେଚୁଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ମହାପ୍ରଭୁ ।
ଏହା ମଧ୍ୟ ପଢନ୍ତୁ: ଦାରୁବ୍ରହ୍ମଙ୍କ ପବିତ୍ର ବାହୁଡା ଯାତ୍ରା, ପୁରୀରୁ ଦେଖନ୍ତୁ ସିଧାପ୍ରସାରଣ
ଇଟିଭି ଭାରତ, ପୁରୀ