ଭୁବନେଶ୍ବର: ଆସୁଛି ନୂଆବର୍ଷ । ପୂରୁଣା ବର୍ଷକୁ ବିଦାୟ ଦେବାକୁ ପାର୍ଟି ମୁଡରେ ରାଜଧାନୀବାସୀ । ଖାସ କରି ନୂଆବର୍ଷ ଆରମ୍ଭ ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ (Zero Night Celebration) ପାଇଁ ଏବେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଭୁବନେଶ୍ୱରରେ ସେଲିବ୍ରେସନ ପାଇଁ କିଭଳି କଟକଣା ଓ ଅନୁମତି ରହିଛି ସେନେଇ ପୋଲିସ ଆଗୁଆ ଜଣାଇଛି । ଏନେଇ ହୋଟେଲ, ପାର୍ଟି ଇଭେଣ୍ଟ, କ୍ଲବ ଓ ସୋସାଇଟରେ ପାର୍ଟି ପାଇଁ ଅନୁମତି ଥିବା ବେଳେ ମଦ ପିଇ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟନିଷ୍ଠାନ ଗ୍ରହଣ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସଫାସଫା କୁହାଯାଇଛି । ସେପଟେ ମଦ ବିକ୍ରି ଉପରେ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସାଉଣ୍ଡ ସିଷ୍ଟମ୍ ପାଇଁ ଅନୁମତି:
ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ଯେଉଁମାନେ ସାର୍ବଜନିକ ସ୍ଥାନରେ ସାଉଣ୍ଡ ସିଷ୍ଟମ ଲଗାଇବେ, ସେମାନେ ଲାଇସେନ୍ସ ପାଇଁ ଅନୁମତି ନେଇପାରିବେ । ଯାହା ବିଧିବଦ୍ଧ ନିୟମ ରହିଛି, ସେହି ଅନୁସାରେ ଅନୁମତି ଦିଆଯିବ । କିନ୍ତୁ ଯେଉଁମାନେ ଇନହାଉସ ପାର୍ଟି ଯେପରିକି ଘର ବା ସୋସାଇଟରେ କରିବେ ସେମାନଙ୍କ ତାଙ୍କ ବ୍ୟକ୍ତିଗତ ସ୍ତରରେ କରିପାରିବେ । କିନ୍ତୁ ପୂର୍ବବର୍ଷ ପରି ଯେଉଁମାନେ କନସର୍ଟ ବା ପାର୍ଟି ଇଭେଣ୍ଟ ବା ଅନ୍ୟାନ୍ୟ କମର୍ସିଆଲ ଇଭେଣ୍ଟ କରୁଛନ୍ତି ତେବେ ସେମାନଙ୍କୁ ସାଉଣ୍ଡ ସିଷ୍ଟମ ପାଇଁ ଅନ୍ୟାନ୍ୟ ଯାହା ବିଧିବଦ୍ଧ ଅନୁମତି ନେବାକୁ ପଡିବ ।"
ସେଲିବ୍ରେସନ କରିବା ସ୍ବାଭାବିକ କଥା । ସେଲିବ୍ରେସନ ନାଁରେ ଉନ୍ମାଦ ଆଚରଣ ଘଟାଇବା, ବିଶୃଙ୍ଖଳିତ ଆଚରଣ ବ୍ୟବହାର କରିବା ଏହାକୁ ସହ୍ୟ କରାଯିବନି । ଏନେଇ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି । କାରଣ ଅନେକ ସମୟରେ ବିଭିନ୍ନ ବ୍ୟାବସାୟିକ ପାର୍ଟି ଓ ଇଭେଣ୍ଟ ପାଖରେ ସେଲିବ୍ରେସନ ସମୟରେ ବିଶୃଙ୍ଖଳାର ନଜିର ରହିଥାଏ । ଯୁବପିଢି, ଇଭେଣ୍ଟ ଆୟୋଜକ ଓ ବାଉନସର ମଧ୍ୟରେ ଗଣ୍ଡଗୋଳର ପୂର୍ବରୁ ନଜିର ରହିଛି । ଏନେଇ ଜିରୋ ନାଇଟସ ସମୟରେ ସେଲିବ୍ରେସନ ପାଇଁ କ୍ଲବ, ପାର୍ଟି ଇଭେଣ୍ଟ, ହୋଟେଲ ଓ କମର୍ସିଆଲ କନସର୍ଟରେ ଯେପରି ବିଶୃଙ୍ଖଳା ଆଚରଣ ନ ହେବ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଯେଉଁମାନେ ଇଭେଣ୍ଟ ଆୟୋଜନ କରୁଛନ୍ତି, ସେମାନେ ନିଜର ଦାୟିତ୍ବରେ କରବେ । ଯଦି କୌଣସି ବିଶୃଙ୍ଖଳା ଖବର ଆସେ ତେବେ ତୁରନ୍ତ ଆକ୍ସନ ହେବ ବୋଲ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । କାରଣ ପୂର୍ବରୁ ଜାଭିୟର ଛକ ଉପରେ ଥିବା ତାରକା ହୋଟେଲ ସାମ୍ନାରେ ଏକ ଜିରୋ ନାଇଟସ ସେଲିବ୍ରେସନ ସମୟରେ ତୁମୁଳକାଣ୍ଡ ଘଟିଥିଲା । ଯେଉଠିଁ ହୋଟେଲ କର୍ତ୍ତୃପକ୍ଷ ଓ ଲୋକଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା ।
ନୂଆବର୍ଷ ସମୟରେ ସବୁଠାରୁ ଆହ୍ବାନ ହେଉଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ । ପ୍ରତ୍ୟେକ ବର୍ଷ ମଦ୍ୟପାନ କରି ରାସ୍ତାକୁ ଓହ୍ଲାଇବା ଦ୍ବାରା ଦୁର୍ଘଟଣା ଘଟିଥାଏ । ଏପରିକି ଧନଜୀବନ ହାନୀ ସହ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ସେ ଦୃଷ୍ଟିରୁ ଡ୍ରଙ୍କ-ଡ୍ରାଇଭ୍ ନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ମଦ୍ୟପାନ ନ କରି ଗାଡ଼ି ଚଲାଇବାକୁ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିବେଦନ କରିଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, "ଯଦି କେଉଁଠି ସେଲିବ୍ରେସନ ପାଇଁ ଯାଉଛନ୍ତି, ତାହାଲେ ନିଜର ବ୍ୟକ୍ତିଗତ ଡ଼୍ରାଇଭର ନେଇକି ଯିବାର ବୁଦ୍ଧିମତାର କାମ । ଯଦି ଆପଣ ମଦ୍ୟପାନ କରିଛନ୍ତି ତାହାଲେ ଆମେ ନିବେଦନ କରିବୁ ଗାଡି ଚାଲାନ୍ତୁ ନାହିଁ । ଆମେ ଆମର ଏନଫୋର୍ସମେଣ୍ଟ ଓ ରେଗୁଲେସନ ଜାରି ରଖିବୁ । ଆମ ଦ୍ବାରା ଯାହା ଆରେଞ୍ଜମେଣ୍ଟ, ଏଭିକ୍ସେନ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତାହା ଜାରି ରଖିବୁ ।"
କ୍ଷମତାଠାରୁ ଅଧିକ ଲୋକ ସାମିଲ ନ କରିବାକୁ ପରାମର୍ଶ:
ଅବକାରୀ ଟିମ୍ ସହ ପୋଲିସ ଓ ହୋଟେଲିୟର କ୍ଲବ ଓ ବାର ଆସୋସିଏନକୁ ଏନେଇ ନିର୍ଦ୍ଦେଶ ରହିଛି । ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ନିଜସ୍ବ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି । କ୍ଷମତା ଠାରୁ ଅଧିକ ଲୋକଙ୍କୁ ପାର୍ଟିରେ ସାମିଲ ନକରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ନିଜସ୍ବ ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତିରେରେ ପାର୍ଟି ଆୟୋଜନ ସହ କିଛି ଅଘଟଣ ଘଟିଲେ ପୋଲିସକୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ଏକତ୍ରିତ ହେବାକୁ ଥିବା ପାର୍ଟି ବା ଇଭେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ ଅନୁସାରେ ମାନିବାକୁ କୁହାଯାଇଛି । ସେହିପରି ପାର୍ଟିର ବା ଇଭେଣ୍ଟର ସୁରକ୍ଷା ନିରାପତ୍ତା ଦୃଷ୍ଟିରୁ ଅଗ୍ନିଶମ, ବିଦ୍ୟୁତ ଓ ଅବକାରୀ ଅନୁମତି ନେବା ମଧ୍ୟ ଜରୁରି ରହିଛି । ତେବେ ଏନେଇ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷ ଉପରେ ଅବକାରୀ ବିଭାଗର ନଜର, ବିଶୃଙ୍ଖଳା ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବର 31 ଓ ଜାନୁଆରୀ 1 ପାଇଁ କଟକଣା, କେବଳ ସିଂହଦ୍ବାର ପଟେ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି |
ଅବକାରୀ ମନ୍ତ୍ରୀଙ୍କ ତାଗିଦ:
ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ । ଚୋରା ମଦ ବିକ୍ରି ଉପରେ କଠୋର କାର୍ଯାନୁଷ୍ଠାନ ନିଆଯିବ । ଜିରୋ ନାଇଟ ଆଳରେ ଚୋରା ମଦ କାରବାର ଚଳିବ ନାହିଁ । ଆଗାମୀ ଜାନୁଆରି ମାସ ଶେଷ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶ ଜାରି ରହିବ। ବିଶେଷ କରି ଏହି ସମୟରେ ଲୋକଙ୍କ ସେଲିବ୍ରେସନ ମୁଡ୍ ଦେଖି କିଛି ଅସାଧୁ ବ୍ୟବସାୟୀ ଏଭଳି ଚୋରା ମଦ କାରବାର କରିଥାନ୍ତି । ତେଣୁ ସେ ସବୁକୁ ନଜର ରଖିବା ପାଇଁଁ ଅବକାରୀ ଟିମ୍ ଫ୍ଲାଇଂ ସ୍କ୍ୱାଡ ଓ ଇଣ୍ଟେଲିଜେନସ ଟିମ୍ ମଧ୍ୟ ନଜର ରଖିବେ । ଲୋକମାନଙ୍କ ସୁବିଧା ଓ ସ୍ବାସ୍ଥ୍ୟଗତ ସତର୍କତା ଦୃଷ୍ଟିରୁ ଚୋରା ମଦରେ ଅପମିଶ୍ରଣ ଓ ମଦ ମୃତ୍ୟୁର ସମ୍ଭାବନା ମଧ୍ୟ ଥାଏ । ତେଣୁ ସେଲିବ୍ରେସନ ଆଳରେ ଯଦି ଚୋରା ମଦ ବିକ୍ରୟ କରାଯାଏ ତେବେ ଏହେକା ସମ୍ପୂର୍ଣ୍ଣ ବିରୋଧ କରାଯିବ । ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମନାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ବିଶେଷ କରି ସେଲିବ୍ରେସନର ଫାଇଦା ନେଇ କିଛି ଅସାମାଜିକ ବ୍ୟକ୍ତି ମଧ୍ୟ ଆକ୍ଟିଭ ହୋଇଥାନ୍ତି । ଏ ସମୟରେ କିଭଳି ସତର୍କ ରହିବେ ସେ ଦିଗରେ ନଜର ପକାନ୍ତୁ.
- ସହର ଭିତରେ ଯାତାୟତ ସମୟରେ ଟ୍ରାଫିକ ନିୟମ ମାନନ୍ତୁ
- ଗହଳି ସମୟରେ ଏଣେ ତେଣେ ଗାଡ଼ି ପାର୍କିଂ କରନ୍ତୁ ନାହିଁ
- ଯିବା ଆସିବା ସମୟରେ ନିଜ ଜିନିଷ ପ୍ରତି ସତର୍କ ରୁହନ୍ତୁ
- ରାସ୍ତା ଯିବା ସମୟରେ ଦାମୀ ଜିନିଷ ଗହଣା ପ୍ରତି ସଜାଗ ରୁହନ୍ତୁ
- ଗାଡ଼ି ପାର୍କିଂ ସ୍ଥାନରେ ଗାଡ଼ି ଭିତରେ ଦାମୀ ଜିନିଷ ରଖିନ୍ତୁ ନାହିଁ
- ଘରୁ ବାହାରକୁ ଯାଉଥିଲେ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ
- ଘର ସିକ୍ୟୁରିଟି ସଠିକ ସହ ଓ ତାଲା ଭଲ ଭାବରେ ଲକ୍ କରନ୍ତୁ
- ଛୁଟିରେ ବାହାରକୁ ଗଲେ କାହାକୁ ଘର ପ୍ରତି ଧ୍ୟାନ ଦେବାକୁ କୁହନ୍ତୁ ବା ଆପାର୍ଟମେଣ୍ଟର ସିକ୍ୟୁରିଟି ଓ ପାଖ ପଡୋଶୀଙ୍କୁ ଜଣାନ୍ତୁ
- ଏହି ସମୟରେ ଅଜଣା ଓ ଅଚିହ୍ନା ଲୋକଙ୍କ ଲିଫ୍ଟ ନିଅନ୍ତୁ ନାହିଁ
- ଅଜଣା ଲୋକଙ୍କଠୁ ଖାଦ୍ୟ ବା ପାନୀୟ ଗ୍ରହଣ କରନ୍ତୁ ନହିଁ
- ମହିଳା ଓ ଛୋଟ ପିଲାଙ୍କ ପ୍ରତି ଅପରାଧ ଘଟୁଥିଲେ ପୋଲିସକୁ ଜଣାନ୍ତୁ
- ସଚେତନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ
ଇଟିଭି ଭାରତ, ଭୁବନେଶ୍ବର