ETV Bharat / state

‘କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ଜଣାନ୍ତୁ ଚାଷୀ’, ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌ - CM REVIEW MEETING

30 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ । ବୀମାରେ ପଞ୍ଜୀକୃତ, ଅଣପଞ୍ଜୀକୃତ ଓ ସମସ୍ତ ବର୍ଗର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଣ୍ଟା ଭିଡିଲେ ସରକାର । ଜାରି ହେଲା ଟୋଲ-ଫ୍ରୀ ନମ୍ବର ।

‘କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ଜଣାନ୍ତୁ ଚାଷୀ’, ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌
‘କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ଜଣାନ୍ତୁ ଚାଷୀ’, ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌ (ETV Bharat odisha)
author img

By ETV Bharat Odisha Team

Published : 15 hours ago

ଭୁବନେଶ୍ବର: ଅମଳ ସମୟରେ ଅଦିନିଆ ବର୍ଷାରେ ହୋଇଥିବା ଫସଲହାନୀ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା ବୈଠକ କରିଛନ୍ତି । ଆସନ୍ତାକାଲି (ରବିବାର, 29 ଡିସେମ୍ବର) ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଟୋଲ-ଫ୍ରୀ ନମ୍ବର ଓ ‘କୃଷି ରକ୍ଷକ’ ଆପ୍ଲିକେସନରେ ଆବେଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ସହ ଅନ୍ୟ ଏକ ବଡ ସୂଚନା ମଧ୍ୟ ଦେଇଛନ୍ତି । ଫସଲ ବୀମାରେ ପଞ୍ଜୀକୃତ ହୋଇଥିବା ଓ ହୋଇନଥିବା ଚାଷୀଙ୍କୁ ଏହି କ୍ଷତିପୂରଣ ମିଳିବ । 30 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • ଉପସ୍ଥିତ ଥିଲେ 4 ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଓ ଏହି 4 ବିଭାଗର ସଚିବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି (ଶୁକ୍ରବାର) ସୁଦ୍ଧା ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ନେଇ 75 ହଜାର ଚାଷୀଙ୍କ ଅଭିଯୋଗ ଆସିଛି । ଜିଲ୍ଲା ପ୍ରଶାସନକୁ ଦେଇଥିବା କ୍ଷୟକ୍ଷତି ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ କିପରି ସହାୟତା ଦିଆଯିବ ସେ ସଂକ୍ରାନ୍ତରେ ଆଜିର ବୈଠକରେ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପ଼ଡିଛି ।

‘କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ଜଣାନ୍ତୁ ଚାଷୀ’, ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌ (ETV Bharat Odisha)
  • 30 ତାରିଖ ସୁଦ୍ଧା ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ : ମୁଖ୍ୟମନ୍ତ୍ରୀ

ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ଆସନ୍ତାକାଲି ସୁଦ୍ଧା ଅଦିନିଆ ବର୍ଷା କ୍ଷୟକ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ଆବେଦନ ପାଇଁ ଗଣମାଧ୍ୟମ ଜରିଆରେ ଅପିଲ କରୁଛୁ । ବୀମା କରିଥିବା ଏବଂ ନକରିଥିବା ଯେକୌଣସି ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ, ସେମାନଙ୍କୁ କ୍ଷତିପୂରଣ ମିଳିବ । 30 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସିବ । ବୀମା କରିଥିବା ଚାଷୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବେଦନ ପାଇଁ ବି ଅପିଲ କରୁଛୁ । ବୀମା କରିଥିବା ଏବଂ ନକରିଥିବା ଚାଷୀଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ‘ଡିବିଟି’ ଜରିଆରେ କ୍ଷତିପୂରଣ ଦିଆଯିବ । ଜଣେ ବି କେହି ଯେମିତି ବଞ୍ଚିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’’

ଏହା ମଧ୍ୟ ପଢନ୍ତୁ:- ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲହାନୀ କାରଣ କହିଲେ ପରିବାର - FARMER DEATH CASE

  • ‘କୃଷି ରକ୍ଷକ’ ଆପ ଓ ଟୋଲ-ଫ୍ରୀ ନମ୍ବରରେ କରିବେ ଆବେଦନ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 1 ଲକ୍ଷ 26 ହଜାର ଚାଷୀ କ୍ଷୟକ୍ଷତି ଆବେଦନ କରିଛନ୍ତି । ଅନ୍ୟ ଚାଷୀମାନେ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ ହୋଇଥିବା ‘କୃଷି ରକ୍ଷକ’ ଆପ ଓ ଟୋଲ-ଫ୍ରୀ ନମ୍ବର 14447 ଜରିଆରେ ଅଭିଯୋଗ କରିପାରିବେ । ଏହି ଟୋଲ-ଫ୍ରୀ ପଞ୍ଜୀକରଣ ସୁବିଧା ରାଜ୍ଯର ସମସ୍ତ ଛୋଟ କିମ୍ବା ବଡ ଚାଷୀଙ୍କ ପାଇଁ ଉପଲବ୍ଧ । ଯିଏ ପରିବା ଚାଷ ଏବଂ ପାନ ବରଜ କରିଥିବେ, ସେମାନେ ବି କ୍ଷତିପୂରଣ ଆବେଦନରେ ସାମିଲ ହୋଇପାରିବେ ।’’

  • ପୂର୍ବରୁ ଚେତାବନୀ ଦେଇଥିଲେ ରାଜସ୍ବ ମନ୍ତ୍ରୀ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଫସଲବୀମା ନେଇ ବୀମା କମ୍ପାନୀଗୁଡିକୁ ରାଜସ୍ୱ ମନ୍ତ୍ରୀ କଡା ଚେତାବନୀ ଦେଇ ସାରିଛନ୍ତି । ଏପରି ସ୍ଥିତିରେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନହୋଇ ହଇରାଣ କଲେ, କିମ୍ବା ଟାଳଟୁଳ ନୀତି ଦେଖାଇଲେ ସରକାର ବୀମା କମ୍ପାନୀଗୁଡିକ ପ୍ରତି କଡା ଆକ୍ସନ ନେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.