ETV Bharat / state

ଆହୁରି ୨୪ ଘଣ୍ଟା ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ - WEATHER UPDATE

24 ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହାଲକା ବର୍ଷା ସମ୍ଭାବନା । ୟେଲୋ ଓ୍ବାର୍ଣ୍ଣିଂ ଜାରି । ବର୍ଷା ପରେ ଫେରିବ ଶୀତ ।

ଆହୁରି ୨୪ ଘଣ୍ଟା ବର୍ଷା ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ
ଆହୁରି ୨୪ ଘଣ୍ଟା ବର୍ଷା ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ (ETV Bharat odisha)
author img

By ETV Bharat Odisha Team

Published : Dec 28, 2024, 6:25 PM IST

ଭୁବନେଶ୍ବର: ଆଜି କାଁଭାଁ ସ୍ଥାନରେ ହାଲୁକା ବର୍ଷା ସହ ମେଘୁଆ ପାଗ ରହିଥିବା ବେଳେ ଆହୁରି ୨୪ ଘଣ୍ଟା ରାଜ୍ୟରେ ଵର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ ,କଳାହାଣ୍ଡି ମୟୁରଭଞ୍ଜ କେନ୍ଦୁଝର, ନୂଆପଡ଼ା,ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଦେଇଛି ।

  • ୩୦ ରୁ ୨ ଯାଏ ଶୁଖିଲା ପାଗ

ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡ଼ିର ଅନୁଭୂତିକୁ ନେଇ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି । ସେପଟେ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ ରହିବ। ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଆହୁରି ୨୪ ଘଣ୍ଟା ବର୍ଷା ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ପୁଣି ଭିଜିବ ଓଡ଼ିଶା, ୭ ଜିଲ୍ଲାରେ ହେବ ପ୍ରବଳ ବର୍ଷା ! - RAIN ALERT IN ODISHA

  • 3 ଦିନ ପରେ କମିବ ବର୍ଷା, ବଢିବ ଶୀତ

୩ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବ ଆଉ ଶୀତ ବଢିବା ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବା ନେଇ ପାଣିପାଗ ବିଭାଗ କହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୧.୪ ଡିଗ୍ରୀ ଓ ପାହାଡିଆ ଅଞ୍ଚଳ ଜି.ଉଦୟଗିରିରେ ୧୦.୦୦ ଡ଼ିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ଶୀତର ପ୍ରଭାବ ଆରମ୍ଭ ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ତାପମାତ୍ରାରେ ବୃଦ୍ଧି ଘଟିଥିଲା । ଏବେ ପୁଣି ଥରେ ବର୍ଷା ହେବା କାରଣରୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବ । 3 ଦିନ ପରେ ବର୍ଷା କମିବା ସହ ପୁଣି ଥର ତାପମାତ୍ରା ହ୍ରାସ ପାଇବା ନେଇ ପାମିପାଗ ବିଭାଗର ପୂର୍ବାନୁମାନ କହୁଛି ।

ଆହୁରି ୨୪ ଘଣ୍ଟା ବର୍ଷା ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ
ଆହୁରି ୨୪ ଘଣ୍ଟା ବର୍ଷା ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ (ETV Bharat odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.