ETV Bharat / state

ଦରଦାମ ବୃଦ୍ଧି ବିରୋଧରେ ଗର୍ଜିବ ବିଜେଡି, ରାଜ୍ୟବ୍ୟାପୀ ଗଣବିକ୍ଷୋଭ ନେଇ ଚୂଡାନ୍ତ ହେଲା ରୂପରେଖ - BJD TO HOLD MASS DEMONSTRATION

ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ଚୂଡାନ୍ତ ହେଲା ଆନ୍ଦୋଲନର ରୂପରେଖ । ହେଲେ ଦଳର ବିରୋଧୀ ଭୂମିକା ନେଇ ଏମିତି କହିଲେ ରାଜନୀତି ସମୀକ୍ଷକ ।

ଦରଦାମ ବୃଦ୍ଧି ବିରୋଧରେ 6 ରେ ଗଣ ଆନ୍ଦୋଳନ କରିବ ବିଜେଡି
ଦରଦାମ ବୃଦ୍ଧି ବିରୋଧରେ 6 ରେ ଗଣ ଆନ୍ଦୋଳନ କରିବ ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : Dec 28, 2024, 6:25 PM IST

Updated : Dec 28, 2024, 7:31 PM IST

ଭୁବନେଶ୍ବର: ରାଜ୍ୟରେ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିବ ବିରୋଧୀ ବିଜେଡି । ଏହାର ପ୍ରତିବାଦରେ ‘ବିଜୁ ଜନତା ଦଳ’ ତରଫରୁ ଆସନ୍ତା ଜାନୁଆରୀ 6 ତାରିଖରେ ରାଜ୍ୟବ୍ୟାପୀ ଗଣବିକ୍ଷୋଭ ହେବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳର ବରିଷ୍ଠ ନେତା ତଥା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି (ଶୁକ୍ରବାର) ଶଙ୍ଖ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

  • ରାଜ୍ୟବାସୀ ଅତିଷ୍ଠ ହୋଇପଡିଲେଣି: ଦେବୀ

ବୈଠକ ପରେ ଦେବୀ କହିଛନ୍ତି," ରାଜ୍ୟରେ ଦରଦାମ ବୃଦ୍ଧି ଯୋଗୁଁ ରାଜ୍ୟବାସୀ ଅତିଷ୍ଠ ହେଲେଣି । କିନ୍ତୁ ରାଜ୍ୟ ବିଜେପି ସରକାର ଏହି ସମସ୍ୟା ଉପରେ ନିଦାବିଷ୍ଣୁ ସାଜିଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ‘ବିଜୁ ଜନତା ଦଳ’ ଏହି ଗଣବିକ୍ଷୋଭର ଡାକରା ଦେଇଛି । ତେଣୁ ଏଥିରେ ଦଳର ସକ୍ରିୟ କର୍ମୀମାନେ ଏକଜୁଟ ହୋଇ ଏହାକୁ ସଫଳ କରିବାକୁ ଆମେ ଆହ୍ୱାନ କରୁଛୁ ।’’

ଦରଦାମ ବୃଦ୍ଧି ବିରୋଧରେ 6 ରେ ଗଣ ଆନ୍ଦୋଳନ କରିବ ବିଜେଡି (ETV Bharat Odisha)
  • 2000 ମସିହାରେ ସରକାରକୁ ଘେରି କ୍ଷମତାକୁ ଆସିଥିଲା ବିଜେଡି

1997 ଡିସେମ୍ବରରେ ‘ବିଜୁ ଜନତା ଦଳ’ (ବିଜେଡି) ଗଠନ ହୋଇଥିଲା । ଦଳ ଗଠନ ହେବା ପରେ ପ୍ରଥମେ ବିରୋଧୀ ଦଳ ଆସନରେ ଥିଲା ବିଜେଡି । ପ୍ରାୟ 3 ବର୍ଷ ଅର୍ଥାତ 2000 ମସିହା ପର୍ଯ୍ୟନ୍ତ ବିରୋଧୀ ଦଳର ଭୂମିକା ତୁଲାଇଛି ଦଳ । ରାଜ୍ୟର ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି । ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ହେଉ ଅବା ମହାବାତ୍ୟା ମୁକାବିଲାରେ ତତ୍କାଳୀନ ସରକାରଙ୍କ ବିଫଳତା ଘଟଣାକୁ ନେଇ ଆନ୍ଦୋଳନ କରିଥିଲା ବିଜେଡି । ଲୋକମତକୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା ବିଜେଡି । ଚାଷୀ ସମସ୍ୟା, ଦରଦାମ ନିୟନ୍ତ୍ରଣ ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେଇଥିଲା ବିଜୁ ଜନତା ଦଳ । ଫଳରେ 2000 ମସିହାରେ ଗଠନ ହୋଇଥିଲା ବିଜେଡି ନେତୃତ୍ୱରେ ସରକାର । ବିଜେପିକୁ ସାଙ୍ଗରେ ନେଇ 9 ବର୍ଷ ରାଜ୍ୟରେ ଶାସନ କରିଛି ବିଜେଡି । ପରବର୍ତ୍ତୀ 15 ବର୍ଷ ଏକାକୀ ଶାସନ କ୍ଷମତାରେ ରହିଛି ଦଳ । ପରିବର୍ତ୍ତିତ ସ୍ଥିତିରେ ବିଜେଡି ଏବେ 2024 ନିର୍ବାଚନ ପରେ ପୁଣି ଥରେ ବିରୋଧୀ ଦଳରେ ରହିଛି । ଲୋକଙ୍କ ସମସ୍ୟା କଥା ଉଠାଇ ଲୋକମତକୁ ପୁନର୍ବାର ନିଜ ସପକ୍ଷରେ ଆଣିବା ଲାଗି ବିଜେଡି ପ୍ରୟାସ ଆରମ୍ଭ କରିଛି ।

  • ବିଜେଡିର ବିରୋଧୀ ଭୂମିକାକୁ ନେଇ ଏମିତି କହିଲେ ରାଜନୀତି ସମୀକ୍ଷକ:-

ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି, ‘‘ବିରୋଧୀ ଦଳରେ ବସିବା ପରେ ଶାସକ ଦଳ ବା ସରକାରକୁ ଘେରିବା ଲାଗି ବିଜେଡି ପାକ୍ଷକୁ ଅନେକ ସୁଯୋଗ ଆସିଛି । କିନ୍ତୁ ବିଜେଡି ପ୍ରସଙ୍ଗକୁ ସାମ୍ବାଦିକ ସମ୍ମିଳନୀ କିମ୍ବା ମିଡ଼ିଆ ବାଇଟରେ ହିଁ ସୀମିତ ରଖିଥିବା ଦେଖିବାକୁ ମିଳୁଛି । ଶାସକ ଦଳକୁ ଘେରିବା ଲାଗି ଉଦ୍ୟମ କରିନାହିଁ । କାର୍ତ୍ତିକ ମାସରେ ପୁରୀରେ ହବିଷ୍ୟାଳି ସମସ୍ୟା, ପୋଲାଭରମ ପ୍ରସଙ୍ଗ, ଚିକିଟି ମଦମୃତ୍ୟୁ, ଆମ୍ବ ଟାକୁଆ ଖାଇ ମୃତ୍ୟୁ ଓ ରାଜ୍ୟରେ ମହିଳା ବିରୋଧୀ ଅତ୍ୟାଚାର ପ୍ରସଙ୍ଗକୁ ଦଳ ଅତି ସାଧାରଣ ଢ଼ଙ୍ଗରେ ନେଇଥିବା ଚର୍ଚ୍ଚା ହେଉଛି । ଗତ କାର୍ତ୍ତିକ ବ୍ରତ ସମୟରେ ପୁରୀରେ ହବିଷ୍ୟାଳି ସମସ୍ୟା ସୃଷ୍ଟି ହୋଇଥିଲା । ରାଜ୍ୟର ମୁଖ୍ୟ ବିରୋଧୀ ଭାବେ ହବିଷ୍ୟାଳୀମାନେ ବିଜେଡିକୁ ଖୋଜିଥିଲେ । କିନ୍ତୁ ବିଜେଡି ସେଠାରେ ପହଁଞ୍ଚି ନଥିଲା କିମ୍ବା ହବିଷ୍ୟାଳୀଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନଥିଲା । ଶଙ୍ଖ ଭବନରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଜରିଆରେ ମିଡ଼ିଆ ବାଇଟରେ ବିଜେଡି ଦାଇତ୍ୱ ସାରି ଦେଇଥିବା ପରି ସ୍ଥିତି ଦେଖିବାକୁ ମିଳିଥିଲା ।’’

  • ‘ପୋଲାଭରମ ପ୍ରକଳ୍ପରେ ବିଜେଡିର ଆଭିମୁଖ୍ୟ ଏତେ ଶାଣିତ ନୁହେଁ’

ପ୍ରଭୁ କଲ୍ୟାଣଙ୍କ କହିବା କଥା,‘‘ପୋଲଭରମ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ ବିଜେଡି ଆଗକୁ ବଢିନାହିଁ । ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ଦିଲ୍ଲୀରେ ଏହାର ଆନୁଷଙ୍ଗିକ ବିଭାଗୀୟ ଅଧିକାରୀଙ୍କୁ ବିଜେଡି ନେତା ଭେଟିବାକୁ ଯାଇଛନ୍ତି । ବିଜେଡିର ପ୍ରତିନିଧି ଦଳକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗ କରିନଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି କିନ୍ତୁ ଜନମତ ପ୍ରଭାବିତ ହେବା ପରି ଦଳ ପଦକ୍ଷେପ ନେଇନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପ୍ରତିନିଧି ମଣ୍ଡଳୀ କେବଳ ଦଳ ସଭାପତିଙ୍କୁ ରିପୋର୍ଟ ଓ ଦଳର ନେତା ପ୍ରଦୀପ ମାଝୀଙ୍କ ପ୍ରତିକ୍ରିୟାରେ ପ୍ରସଙ୍ଗ ସୀମିତ ରହିଛି ।’’

ବିଜେଡିର ବିରୋଧୀ ଭୂମିକା ନେଇ କଣ କହୁଛନ୍ତି ରାଜନୀତି ସମୀକ୍ଷକ (ETV Bharat odisha)
  • ଚିକିଟି ମଦମୃତ୍ୟୁ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଢିଥିଲା ଦଳ

ପ୍ରଭୁ କହିଛନ୍ତି, ‘‘ଚିକିଟି ବିଷାକ୍ତ ମଦ ପିଇ 4 ଜଣଙ୍କର ମୃତ୍ୟୁ ହେବା ଘଟଣାରେ ବିଜେଡି ବିଧାନସଭାରେ ହୋ ହଲ୍ଲା କଲା । ଘଟଣାସ୍ଥଳକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପଠେଇଲା । ମୋହନ ସରକାର ତଦନ୍ତ ନିର୍ଦ୍ଦେଶ ଦେଇ ବସିପଡିଲେ । ବିଜେଡି ମଧ୍ୟ ଚୁପ ରହିଲା । ଦୀର୍ଘ ବର୍ଷ ପରେ ରାଜ୍ୟକୁ ଫେରିଲା ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଘଟଣାକୁ ନେଇ ଚର୍ଚ୍ଚା ହେଲା । ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଜରିଆରେ ସାମ୍ବାଦିକ ସମ୍ମିଳନୀ କରିବା ଛଡା ଆଉ କିଛି ପଦକ୍ଷେପ ନେଇ ନାହିଁ ଦଳ ।’’

ଏହା ମଧ୍ୟ ପଢନ୍ତୁ:- ନାକେଦମ କଲାଣି ବାଘୁଣୀ ଜୀନତ,'GPS ନେଟୱର୍କ ନଥିବାରୁ ହୋଇପାରୁନି ଟ୍ରାଙ୍କୁଲାଇଜ' - TIGRESS ZEENAT

ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲ ହାନୀ କାରଣ କହିଲେ ପରିବାର - FARMER DEATH CASE

  • ଆନ୍ଦୋଳନ ଡାକରା ଦେଇ ପ୍ରତ୍ୟାହାର କରିଥିଲା ଦଳ

ପୋଲିସ- ମେଜର ଘଟଣାକୁ ନେଇ ପ୍ରୋ-ଆକ୍ଟିଭ ଥିଲା ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କଡା ଅଭିମୁଖେ ସହ ଭୁବନେଶ୍ୱର ବନ୍ଦ ଲାଗି ସଜବାଜ ହେଉଥିଲା ଦଳ । ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଦୋଳନ କରିବାକୁ ସୁଯୋଗ ପାଇନଥିଲା ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 28, 2024, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.