ସିଂହଦ୍ୱାରରେ ତିନି ରଥ; ଦର୍ଶନ କରନ୍ତୁ ରଥାରୂଢ ଦାରୁବ୍ରହ୍ମଙ୍କ ଦିବ୍ୟ ମଙ୍ଗଳ ଆଳତି - Lord Jagannath Mangala Alati

By ETV Bharat Odisha Team

Published : Jul 16, 2024, 9:15 AM IST

thumbnail
Lord Jagannath Mangala Alati rituals (ETV Bharat Odisha)

Lord Jagannath Mangala Alati rituals:  ପୁରୀ: ଜନ୍ମବେଦୀରେ ନଅ ଦିନର ଲୀଲାଖେଳା ସାରି ପୁଣି ସିଂହଦ୍ୱାର ବାହୁଡିଛନ୍ତି ଶ୍ରୀଜିଉ । ଶୁକ୍ରବାର ନୀଳାଦ୍ରିବିଜେରେ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦାରୁବ୍ରହ୍ମ । ସେପର୍ଯ୍ୟନ୍ତ ରଥରେ ରହି ଭକ୍ତଙ୍କୁ ଦର୍ଶନ ଦେବ ପ୍ରଭୁ । ସେପଟେ ରଥାରୂଢ ମହାବାହୁଙ୍କ ରଥ ଉପରେ ସମସ୍ତ ନୀତିକାନ୍ତି ଜାରି ରହିଛି । ରଥାରୂଢ ତିନି ଠାକୁର ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ସେବାୟତମାନେ ରଥ ଉପରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି କରିଛନ୍ତି । ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ  । ରଥ ଉପରେ ମହଣ ମହଣ ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଦାରୁଦିଅଁ । ସୁନାବେଶ ପରଦିନ ଅଧରପଣା ନୀତି ଅନୁଷ୍ଠିତ ହେବ । ଚଣ୍ଡି ଚାମୁଣ୍ଡାଙ୍କୁ ସନ୍ତୁଷ୍ଟ କରି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ତିନିଠାକୁର ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.