ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ, ଅପୂର୍ବ ପହଣ୍ଡି ଦୃଶ୍ୟ ଦର୍ଶନ କରି ଭାବିବିହ୍ୱଳ ଭକ୍ତ - Lord Jagannath Adapa bije Yatra - LORD JAGANNATH ADAPA BIJE YATRA
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/10-07-2024/640-480-21911917-thumbnail-16x9-1.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jul 10, 2024, 7:28 AM IST
Lord Jagannath Adapa bije Yatra ପୁରୀ: ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ । ମଙ୍ଗଳବାର ରାତିରେ ଜନ୍ମବେଦୀରେ ବିଜେ ହୋଇଛନ୍ତି ମହାପ୍ରଭୁ । ମଙ୍ଗଳବାର ସନ୍ଧ୍ୟା ୭ଟା ପରେ ରଥାରୂଢ ଦାରୁବ୍ରହ୍ମଙ୍କୁ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ବିଜେ କରାଯାଇଛି । ପ୍ରଥମେ ଚକ୍ର ରାଜ ସୁଦର୍ଶନ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ବଳଭଦ୍ରଙ୍କ ପହଣ୍ଡି ବିଜେ ସମୟରେ ଅଘଟଣ ଘଟିଥିବା ବେଳେ ଅନ୍ୟ ନୀତିକାନ୍ତିଗୁଡିକ ସୁରୁଖୁରରେ ହୋଇଛି ।
ସେପଟେ ଏହି ଅପୂର୍ବ ପହଣ୍ଡି ଦୃଶ୍ୟ ଦର୍ଶନ କରି ଭାବବିହ୍ୱଳ ହେଲେ ଅଗଣିତ ଶ୍ରଦ୍ଧାଳୁ । ଏନେଇ ଭକ୍ତ କହିଛନ୍ତି," ମହାପ୍ରଭୁ ଇଛା ଯୋଗୁ ଆମେ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଦର୍ଶନ କଲୁ । ଏହା ଦ୍ବାରା ଆମେ ନିଜକୁ ଧନ୍ୟ ମନେ କରୁଛୁ। ପ୍ରଭୁ ସାରା ବିଶ୍ଵର ମଙ୍ଗଳ କରନ୍ତୁ ।"
ଏହାମଧ୍ୟ ପଢନ୍ତୁ ..ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped
ଆଜି ମହାପ୍ରଭୁ ବିଭିନ୍ନ ନୀତି ଅନୁଷ୍ଠିତ ହେବା ପରେ ଆଡ଼ପ ଦର୍ଶନ ଆରମ୍ଭ ହେବ। ଏଥି ସହ ଆଡ଼ପ ଅବଢ଼ା ଭକ୍ତମାନେ ପାଇବେ। ଯାହାକୁ ଭକ୍ତମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।
ଇଟିଭି ଭାରତ, ପୁରୀ