thumbnail

ବାଣ୍ଠିଆ ଜଗନ୍ନାଥଙ୍କ ସ୍ୱତନ୍ତ୍ର ଯାତ୍ରା, କୁନି କୁନି ଭକ୍ତ ଟାଣିଲେ ରଥ - BANTHIA JAGANNATH RATH YATRA

By ETV Bharat Odisha Team

Published : Jul 9, 2024, 8:29 PM IST

Rath Yatra 2024: ରାଇରଙ୍ଗପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ରହିଛି ସ୍ୱତନ୍ତ୍ରତା । ଏହି ସ୍ବତନ୍ତ୍ର ପରମ୍ପରା ମଧ୍ୟରେ ବାରିପଦାର ସାନ ଜଗନ୍ନାଥ ବା ବାଣ୍ଠିଆ ଜଗନ୍ନାଥ ମନ୍ଦିର ରଥଯାତ୍ରା ବେଶ ଆକର୍ଷଣୀୟ । ସେଠାରେ କୁନି କୁନି ଭକ୍ତମାନଙ୍କ ଗହଣରେ ମହାପ୍ରଭୁ ମାଉସୀ ମାଆ ମନ୍ଦିରକୁ ଯାଇଥାନ୍ତି । ସେହି ପରମ୍ପରାକୁ ଚଳିତ ବର୍ଷ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ରଥରୂଢ଼ ହେବା ପରେ ନୀତିକାନ୍ତି ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ଆଜି ମଙ୍ଗଳବାର ଦିନ ସକାଳୁ ସାନ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.. କାରୁଣ୍ଡ କ୍ଷେତ୍ରରେ ଗଡିଲା କାଳିଆ ରଥ, ଶ୍ରୀଜିଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ - Rath Yatra 2024

ଦେବତ୍ତୋର ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ କୁନି କୁନି ପିଲା ସହ ଭକ୍ତମାନେ ରଥ ଟାଣିଥିଲେ । ଅନେକ ପରମ୍ପରା ସହିତ ଜଡିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଏହା ଆଉ ଏକ ଅନନ୍ୟ ପରମ୍ପରା ଅଟେ । ଛୋଟ ଜଗନ୍ନାଥ ବା ବଣ୍ଠିଆ ଜଗନ୍ନାଥଙ୍କ ରଥକୁ କୁନି କୁନି ଛୁଆମାନଙ୍କୁ ଟାଣିବାର ସୁଯୋଗ ଦିଆଯାଇଥିଲା । ରଥକୁ ଟାଣି ନେଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଜନ୍ମବେଦୀକୁ ଚତୁର୍ଦ୍ଧାମୂର୍ତ୍ତି ଯାଇଥିଲେ । ଏହାପରେ ସ୍ଵତନ୍ତ୍ର ନୀତିକାନ୍ତି ସହିତ ଶ୍ରଦ୍ଧାଳୁମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଗୁଡ଼ ଲଡୁ ଦିଆଯାଇଥିଲା । ରଥ ଉପରୁ ଲଡୁ ଫିଙ୍ଗା ଯାଇଥିବା ବେଳେ ତାହାକୁ ଧରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତେବେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.