ରାଜ୍ୟସଭା ଉପନିର୍ବାଚନରେ 2 ପ୍ରାର୍ଥୀ ଦ୍ବନ୍ଦ୍ବ, ବିରୋଧୀଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଲେ ଜଗନ୍ନାଥ - Politics On Jagannath Nomination

By ETV Bharat Odisha Team

Published : Aug 22, 2024, 4:11 PM IST

thumbnail
RS Bypoll (ETV Bharat Odisha)

RS Bypoll: ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପ୍ରସଙ୍ଗରେ ବଢୁଛି ଦ୍ବନ୍ଦ୍ବ । ବିଜେପିର 2 ପ୍ରାର୍ଥୀଙ୍କ ନାମାଙ୍କନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଦଳ ନୂଆ ଷ୍ଟ୍ରାଟେଜି କଥା କହୁଥିବାବେଳେ ବିରୋଧୀ ସମାଲୋଚନା କରିଛନ୍ତି । 

ବିଜେପିର 2 ପ୍ରାର୍ଥୀଙ୍କ ନାମାଙ୍କନ:

ରାଜ୍ୟସଭା ଉପନିର୍ବାଚନ ପ୍ରସଙ୍ଗରେ ସରିଲା ଯାଞ୍ଚ । ଉଭୟ ମମତା ଏବଂ ଜଗନ୍ନାଥଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ବିଜେପି ପ୍ରାର୍ଥୀ ମମତା ମହାନ୍ତଙ୍କ ପ୍ରାର୍ଥିପତ୍ର କାଏମ ଥିବାବେଳେ ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ । ଗତକାଲି (ବୁଧବାର) ମମତା ମହାନ୍ତ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ସେହିପରି ବିଜେପି ନେତା ଜଗନ୍ନାଥ ପ୍ରଧାନ କିଛି ବିଜେପି ସମର୍ଥକଙ୍କ ସହ ନାମାଙ୍କନ ଭରିଥିଲେ । ଆସନ୍ତା 27 ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।

'ବାମ ହାତ କଥା ଡାହାଣ ହାତ ଜାଣୁନି'

ବିଜେପି ପ୍ରାର୍ଥୀ ମମତା ମହାନ୍ତ ଏବଂ ଜଗନ୍ନାଥ ପ୍ରଧାନ ଉଭୟ ନାମାଙ୍କନ ଦାଖଲ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ବିଜେପିର ବାମ ହାତ କ'ଣ କରୁଛି ଡାହାଣ ହାତ ଜାଣିପାରୁନି । ଦୁଇ ଦୁଇଟି କଥା କହୁଛନ୍ତି ସରକାର ।"

ଏହା ବି ପଢନ୍ତୁ...ରାଜ୍ୟସଭା ନିର୍ବାଚନ: ବିଜେପିରୁ ମମତା ମହାନ୍ତ, ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ - Mamata Mahant files nomination

'ନୂଆ ସରକାର, ନୂଆ ଷ୍ଟ୍ରାଟେଜି'

"ନୂଆ ସରକାର ଆସିଲା ନୂଆ ଷ୍ଟ୍ରାଟେଜିରେ କାମ ହେବ । ଆଉ କ'ଣ ସେ 24ବର୍ଷର ଷ୍ଟ୍ରାଟେଜିରେ କାମ ହେବ ନା କ'ଣ ?" ବୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି, "କିଏ ବାଉଳା ତାଉଲା ହେଉଛନ୍ତି ମୁଁ ଜାଣିନି । କୌଣସି ଅଭିଯୋଗ ଆଣିବାର ଆବଶ୍ୟକତା ନାହିଁ । ବିରୋଧୀ ବୁଝିପାରୁନାହାନ୍ତି ସେଥିପାଇଁ ଏମିତି କହୁଛନ୍ତି ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.