ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Patidian Mangala Alati

By ETV Bharat Odisha Team

Published : Jul 4, 2024, 7:47 AM IST

thumbnail
ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ (ETV Bharat Odisha)

Lord Patidian Mangala Alati ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ତିନିଦିନ ବାକି । ଏହାରି ମଧ୍ୟରେ ସୁସ୍ଥ ହୋଇସାରିଛନ୍ତି ଶ୍ରୀଜିଉ । ଗତକାଲି ବିଜେ କାହାଳୀ, ଘଣ୍ଟା ଘଣ୍ଟାରେ କମ୍ପିଛି ଶ୍ରୀମନ୍ଦିର ପରିସର । ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାବାହୁ ଦଶମୂଳ ମୋଦକ ଖାଇ ସୁସ୍ଥ ହୋଇଛନ୍ତି । ଗତକାଲି ଦ୍ୱାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇସାରିଥିବା ବାର୍ତ୍ତା ରାଜନଅରରେ ମଧ୍ୟ ପହଞ୍ଚାଯାଇ ସାରିଛି । ଅନ୍ୟପଟେ ମହାପ୍ରଭୁ ଅଣସର ଘରେ ଥିବାରୁ ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଆସ୍ଥାନରେ ଅନନ୍ତ ବାସୁଦେବଙ୍କ ପଟିଦିଅଁ ପୂଜା ପାଉଛନ୍ତି । ଜ୍ବର ଉପଶମ ହେବା ପରେ ଠାକୁରଙ୍କ ନବଯୌବନ ବେଶ ପର୍ଯ୍ୟନ୍ତ ଏହି ନୀତି ଜାରି ରହିବ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଦେଖନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.