ରାଷ୍ଟ୍ରପତିଙ୍କ ମନମୋହିଲା କୋରାପୁଟ ‘ଢେମସା’ ନୃତ୍ୟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 10, 2024, 7:17 PM IST

Updated : Nov 10, 2024, 7:36 PM IST

କୋରାପୁଟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଲା କୋରାପୁଟର ଢେମସା ନୃତ୍ୟ । ନୂଆଦିଲ୍ଲୀର ଭାରତୀୟ ଆଦିମଜାତି ସେବା ସଂଘର ପ୍ଲାଟିନମ ଜୁବୁଲି ଉତ୍ସବ ପାଳନ ହୋଇଥିଲା । ଏଥିରେ କୋରାପୁଟ ସର୍ବୋଦୟ ଶିଶୁ ସଦନ (ସିସିଆଇ) ଏଜୁକେସନାଲ କମ୍ପ୍ଲେକ୍ସର ଆଠଜଣ ଆଦିବାସୀ ଝିଅ ଅଂଶଗ୍ରହଣ କରି ରାଷ୍ଟ୍ରପତିଙ୍କ ସମ୍ମୁଖରେ ଢେମସା ନୃତ୍ୟ ପରିବେଷଣ କରିଥିଲେ । ଏହି ଉତ୍ସବରେ ଭାରତବର୍ଷର ବିଭିନ୍ନ ରାଜ୍ୟର ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲେ ହେଁ କୋରାପୁଟିଆ ଢେମସା ରାଷ୍ଟ୍ରପତିଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା ବୋଲି ଏହି ନୃତ୍ୟରେ ଅଂଶଗ୍ରହଣ କରିଥିବା ଛାତ୍ରୀ କହିଛନ୍ତି । ଏନେଇ ଛାତ୍ରୀ ମଇନା କହିଛନ୍ତି, ‘ଦିଲ୍ଲୀ ଯାଇ ସ୍ବଚକ୍ଷୁରେ ଭାରତର ରାଷ୍ଟ୍ରପତିଙ୍କୁ ଦେଖିବା ଏବଂ ନୂତନ ଓ ପୁରାତନ ସଂସଦ ଭବନ ବୁଲି ଦେଖିଲୁ । ରାଷ୍ଟ୍ରପତି ଆମ ନୃତ୍ୟକୁ ଉତ୍ସାହର ସହ ଦେଖୁଥିଲେ । ଆମ ନୃତ୍ୟ ଶେଷ ହେବା ପରେ କରତାଳି ଦେଲେ । ଏହା ଆମକୁ ବହୁତ ଖୁସି ଲାଗିଲା ।’

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ପରବ’, ନାଚ-ଗୀତରେ ଝୁମିବ କୋରାପୁଟ

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲ ରକ୍ଷା-ପରିବେଶ ସୁରକ୍ଷା: କୋରାପୁଟରେ ଜଙ୍ଗଲ ଜଗୁଛନ୍ତି ମହିଳା, ପାଳି କରି ପହରା

ଇଟିଭି ଭାରତ, ଭୁବନେଶ୍ବର 

Last Updated : Nov 10, 2024, 7:36 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.