ନବରଙ୍ଗପୁରରେ ଖୁଡ଼ି-ପୁତୁରା ଲଢେଇ, କିଏ ମାରିବ ବାଜି ? - aunty vs nephew in nabarangpur - AUNTY VS NEPHEW IN NABARANGPUR
🎬 Watch Now: Feature Video
Published : Apr 4, 2024, 10:48 PM IST
Aunty Vs Nephew In Nabarangpur:ନବରଙ୍ଗପୁର: ନିର୍ବାଚନ ମୈଦାନରେ ସାମ୍ନା ସାମ୍ନା ହେବେ ଖୁଡି-ପୁତୁରା । ପରସ୍ପର ବିରୋଧରେ ଲଢେଇ କରିବେଖୁଡି-ପୁତୁରା । ଖୁଡି କୋଶଲ୍ୟା ପ୍ରଧାନୀ ହେଲେ ନବରଙ୍ଗପୁର ବିଜେଡି ବିଧାୟିକା ପ୍ରାର୍ଥୀନୀ ଓ ପୁତୁରା ଦିଲ୍ଲୀପ ପ୍ରଧାନୀ ହେଲେ ନବରଙ୍ଗପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ । ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ବିଗ ଫାଇଟ, ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଗୋଟିଏ ପରିବାରର ଖୁଡି-ପୁତୁରା । ନିର୍ବାଚନ ମଣ୍ଡଳୀରେ ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନୀ ପରିବାର ନଅ ନଅ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଖାଗପତି ପ୍ରଧାନୀଙ୍କ ପରିବାର । ଗତ ନିର୍ବାଚନରେ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ପୁଅ ଗୋପୀନାଥ ପ୍ରଧାନୀଙ୍କ ପୁଅ ସଦାଶିବ ପ୍ରଧାନୀ ବିଜେଡ଼ିରେ ସାମିଲ ହୋଇ ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନ ରେ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ପ୍ରଧାନୀ ବିଜୁ ଜନତା ଦଳର ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।
ଅନ୍ୟପଟେ ତାଙ୍କ ପରିବାରର (ପୂର୍ବତନ ଜିଲ୍ଲାପରିଷଦ) ସଭ୍ୟ ଥିବା ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲିପ ପ୍ରଧାନୀ କଂଗ୍ରେସ ଦଳର ଟିକେଟ ପାଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଦୁଇଜଣ କୌଶଲ୍ୟା ଓ ଦିଲ୍ଲୀପ ବିଜେଡି ଓ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେମାନେ ସମ୍ପର୍କରେ ଖୁଡି-ପୁତୁରା ହେବେ । ଦୁଇ ଜଣ ନିର୍ବାଚନ ମଇଦାନରେ ରହିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପାରିବାରିକ ସମ୍ପର୍କରେ କୌଣସି ସମସ୍ୟା ହେବ ନାହିଁ ଦୁଇ ଦଳର ନୀତି ଆଦର୍ଶରେ ସେମାନେ ନିର୍ବାଚନ ଲଢ଼ିବେ । ଜନତା ଜନାର୍ଦ୍ଦନ ଯାହାକୁ ଚାହିଁବେ ସେ ବିଜୟୀ ହେବ ବୋଲି କହିଛନ୍ତି ।
କୌଶଲ୍ୟା କହିଛନ୍ତି ଯେ, ସେ ବିଜୁ ଜନତା ଦଳର ନୀତି ଆଦର୍ଶରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବେ ଓ ଏହା ଦ୍ବାରା ତାଙ୍କ ପରିବାର ମଧ୍ୟରେ ଥିବା ସମ୍ପର୍କ କୌଣସି ଅସୁବିଧା ହେବ ନାହିଁ । ଅନ୍ୟପଟେ କଂଗ୍ରେସ ଦଳର ନୀତି ଆଦର୍ଶରେ ଲୋକଙ୍କ ପାଖରେ ପହଞ୍ଚିବା କହିଛନ୍ତି ଦିଲ୍ଲୀପ । ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଏହିଭଳି ଗୋଟିଏ ପରିବାରର ଦୁଇ ଜଣ ଭିନ୍ନ ଭିନ୍ନ ଦଳରୁ ନିର୍ବାଚନ ଲଢ଼ିବା ଦେଖିବାକୁ ମିଳିଛି । ଖୁଡି-ପୁତୁରା ଲଢେଇରେ କିଏ ବାଜିମତ କରିବ, ତାହା ଜନତା ଜନାର୍ଦ୍ଦନ ନିର୍ଣ୍ଣୟ କରିବେ ।
ଇଟିଭି ଭାରତ, ନବରଙ୍ଗପୁର