ପାରଳାଖେମୁଣ୍ଡି ପ୍ରେସ କ୍ଲବରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି - Tribute Paid To Ramoji Rao

By ETV Bharat Odisha Team

Published : Jun 8, 2024, 10:27 PM IST

thumbnail
Tribute To Ramoji Rao (ETV Bharat Odisha)

Tribute Paid To Ramoji Rao: ପାରଳାଖେମୁଣ୍ଡି: ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ପଦ୍ମବିଭୂଷଣ ସି.ରାମୋଜୀ ରାଓଙ୍କ ବିୟୋଗକୁ ନେଇ ସାରା ଦେଶରେ ଶୋକର ଛାୟା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଅବସରରେ ଶୋକବ୍ୟକ୍ତ କରିଛନ୍ତି । ଆଜି ସକାଳ ସମୟରେ ତାଙ୍କର ପାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଦିନ ତମାମ ଶେଷ ଦର୍ଶନ କରୁଛନ୍ତି । ଏହି ଅବସରରେ ଦେଶର ମିଡ଼ିଆ ଜଗତର ମହାନାୟକ ତଥା ‘ଇଟିଭି’ ପ୍ରତିଷ୍ଠାତାଙ୍କ ବିୟୋଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପ୍ରେସ କ୍ଲବରେ ଶ୍ରଦ୍ଧାଞ୍ଜଳି ଓ ଶୋକ ପ୍ରାର୍ଥନା ହୋଇଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ରାମୋଜୀ ରାଓଙ୍କ ବିୟୋଗ, ସ୍ୟାଣ୍ଡ ଆନିମେସନରେ ବାଲୁକାଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

ଗଣମାଧ୍ୟମ, ସିନେମା, ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ବିଶ୍ୱର ସର୍ବବୃହତ ଫିଲ୍ମସିଟି 'ରାମୋଜି ଫିଲ୍ମସିଟି'ର ପ୍ରତିଷ୍ଠାତା ଥିଲେ । ପାରଳାଖେମୁଣ୍ଡି ପ୍ରେସ କ୍ଲବରେ କରାଯାଇଥିବା ଶ୍ରଦ୍ଧାଞ୍ଜଳି ଓ ଶୋକ ପ୍ରାର୍ଥନାରେ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ । ସ୍ୱର୍ଗତଃ ରାମୋଜୀଙ୍କ ପରଲୋକରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ଇଟିଭି ଭାରତ, ଗଜପତି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.