ETV Bharat / state

ମନମୋହନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶ୍ରଦ୍ଧାଞ୍ଜଳି - TRIBUTE TO MANMOHAN SINGH

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶ୍ରଦ୍ଧାଞ୍ଜଳି । କଂଗ୍ରେସ ଭବନରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭା ।

Tribute To Manmohan Singh
Tribute To Manmohan Singh (ETV Bharat Odisha)
author img

By ETV Bharat Odisha Team

Published : 17 hours ago

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମନମୋହନଙ୍କ ଫଟୋଚିତ୍ରରେ ମୁଖ୍ୟମନ୍ତ୍ରୀ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ଆଜି କଂଗ୍ରେସ ଭବନରେ ମଧ୍ୟ ଶୋକସଭା ଆୟୋଜିତ ହୋଇଛି ।

ମନମୋହନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି:

Tribute To Manmohan Singh (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଦେଶର ମହାନ ବରପୁତ୍ର ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କ ଉଦାର ଅର୍ଥନୈତିକ ଦକ୍ଷତା ଭାରତକୁ ବିଶ୍ୱର ଅର୍ଥନୀତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲା । ପ୍ରଧାନମନ୍ତ୍ରୀ ଭାବେ ଦେଶର ବିକାଶକୁ ସେ ତ୍ୱରାନ୍ୱିତ କରିଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ଯୋଗୁଁ ରାଜନୀତି କ୍ଷେତ୍ରରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।" ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ପୂର୍ବତନ ବିଧାୟକ ନାଉରୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କଂଗ୍ରେସ ଭବନରେ ଶୋକସଭା:

Tribute To Manmohan Singh
Tribute To Manmohan Singh (ETV Bharat Odisha)
ସେହିପରି ମନମୋହନଙ୍କ ଦେହାନ୍ତ ପରେ କଂଗ୍ରେସ ଭବନରେ ଶୋକସଭା ଆୟୋଜନ ହୋଇଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଶରତ ରାଉତ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦେଶ କଂଗ୍ରେସ ପକ୍ଷରୁ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ପ୍ରସ୍ତାବ ପାରିତ କରାଯାଇଛି । ଦେଶ ପ୍ରତି ମନମୋହନଙ୍କ ଅତୁଳନୀୟ ଅବଦାନକୁ ସମସ୍ତେ ମନେ ପକାଇଛନ୍ତି । ଦେଶ ଏକ ଅମୁଲ୍ୟ ରତ୍ନକୁ ହରାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ।
ଏହା ବି ପଢନ୍ତୁ...ମନମୋହନ ସିଂହଙ୍କ ବିୟୋଗ; ଶନିବାର ଶେଷକୃତ୍ୟ, 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ଦେଶ
ଏହା ବି ପଢନ୍ତୁ...'ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର-ମେ ଅଟଲ ହୁଁ'...ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ଏହି ଫିଲ୍ମ
ଏହା ବି ପଢନ୍ତୁ...'ମନମୋହନଙ୍କ ନୀଳ ପଗଡ଼ି ରହସ୍ୟ କ'ଣ ?

'ଅର୍ଥନୀତିର ଉଜ୍ଜ୍ବଳ ଶକ୍ତି ଲିଭିଯାଇଛି'

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ସମଗ୍ର ଦେଶରେ ଅପୂରଣୀୟ କ୍ଷତି । ଅର୍ଥନୀତିର ଉଜ୍ଜ୍ବଳ ଶକ୍ତି ଆଜି ଲିଭିଯାଇଛି । ତାଙ୍କ ଧର୍ମ ପତ୍ନୀ ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ । ତା'ପରେ ସେ ୧୯୯୧ ରୁ ୧୯୯୬ ଅର୍ଥମନ୍ତ୍ରୀ ହେଲେ । ବିରୋଧୀ ଦଳର ଭୂମିକା ତୁଲାଇଥିଲେ । ୨୦୦୪ ରୁ ସେ ପ୍ରଧାନମନ୍ତ୍ରୀ ହେଲେ । ତଳ ସ୍ତରର ଜଣେ ଗରିବ କିଭଳି ଯୋଜନାରେ ଉପକୃତ ହୋଇପାରିବ ସେ କଥା ଚିନ୍ତା କରୁଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.