କଳାହାଣ୍ଡି ପାଳିଲା ପଖାଳ ଦିବସ, ପଖାଳ ସାଙ୍ଗକୁ ଅନ୍ୟ ଓଡ଼ିଆ ବ୍ୟଞ୍ଜନରେ ମହକିଲା ପରିବେଶ - Pakhala Divas
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 20, 2024, 4:23 PM IST
Pakhala Divas Celebrated in Kalahandi: ଭବାନୀପାଟଣା: ଆଜି ହେଉଛି ବିଶ୍ବ ପଖାଳ ଦିବସ । ଏହି ଅବସରରେ କଳାହାଣ୍ଡିରେ ମଧ୍ୟ ପଖାଳ ଦିବସ ପାଳନ ହୋଇଛି । ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଆମ ପରମ୍ପରା ଓ ସସ୍କୃତି ପଖାଳ ସହ ଜଡିତ । ପଖାଳ କହିଲା ମାତ୍ରେ ଓଡ଼ିଆଙ୍କ ମନରେ ଏହାକୁ ନେଇ ଦେଖାଦିଏ ଆତୁରତା । ଓଡ଼ିଆଙ୍କ ମନରେ ପଖାଳ ପାଇଁ ରହିଛି ଏକ ନିଆରା ସ୍ଥାନ । ପଖାଳ କଂସାଏ ଓଡିଆଙ୍କ ପାଇଁ ଅମୃତ ପରି । ଆଜି ବିଶ୍ବ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ପଖାଳ । ତେବେ ବର୍ତ୍ତମାନ ପଖାଳ ସାରା ଦେଶରେ ନୁହେଁ ବିଶ୍ବରେ ନିଜର ନିଆରା ପରିଚୟ ସୃଷ୍ଟି କରିଛି ।
ଏହା ମଧ୍ୟ ପଢ଼ନ୍ତୁ.... ସୁରଙ୍କ ପଖାଳ ସମ୍ଭାର; 'ଶକ୍ତି ମିଳେ, ମନ ପ୍ରଫୁଲ ରହେ'
ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ମଧ୍ୟ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ପଖାଳ ଦିବସ। ଏହାକୁ ନେଇ ଗାଁଠୁ ସହର, ରାସ୍ତାକଡ଼ ହୋଟେଲଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ସବୁଠି ପଡିଛି ପଖାଳର ଆସର । ପଖାଳ ଖାଇବାକୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । କେବଳ ହୋଟେଲ, ରେଷ୍ଟୁରାଣ୍ଟ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେଉଛି । ଭବାନୀପାଟଣା ସହରରେ ଥିବା ଫୁଡ୍ ପାର୍କ ଠାରେ ଆଜି ପଖାଳ ଦିବସ ପାଳନ କରାଯାଇଛି । ପଖାଳ ସହିତ ବିଭିନ୍ନ ପ୍ରକାରର ଭଜା, ଆଳୁ ଭର୍ତ୍ତା, ବଡ଼ିଚୁରା, ଶାଗ ଭଜା, ପୋଦିନାପତ୍ର ଚଟଣି, ମାଛ ଭଜା, କଲରା ଚିପ୍ପ, ସଜନା ଛୁଇଁ ଆଳୁ ବେସର, ଆଚାର, ପାମ୍ପଡ, କାକୁଡି ସାଲାଡ଼ ଆଦିର ବ୍ୟବସ୍ଥା ହୋଇଛି । ଯାହାକୁ ଖୁବ ଆନନ୍ଦର ସହ ଖାଉଛନ୍ତି ଲୋକେ ।
ଇଟିଭି ଭାରତ, କଳାହାଣ୍ଡି