ପଖାଳ ଦିବସ ପାଳିଲା ସହିଦନଗର ଦୁର୍ଗା ପୂଜା ସମିତି, ଏକାଠି ଖାଇଲେ ରାଜଧାନୀବାସୀ - Pakhala Divas

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 20, 2024, 8:54 PM IST

Pakhala Divas Celebrated in Bhubaneswar : ଭୁବନେଶ୍ବର: ସହିଦ ନଗର ଦୁର୍ଗା ପୂଜା ସମିତି ପକ୍ଷରୁ ପାଳନ ହେଲା ପଖାଳ ଦିବସ  । ଏକାଠି ଖାଇଲେ ୭୦୦ ଲୋକେ । ପଖାଳ ଯାହା ପ୍ରତି ଓଡ଼ିଆଙ୍କ ପ୍ରିୟର ଖାଦ୍ୟ। ଖରା ହେଉ କି ବର୍ଷା, ଓଡ଼ିଆର ମନ ଲୋଡେ ପଖାଳ କଂସା । ପଖାଳ ହେଉଛି ଓଡ଼ିଆଙ୍କ ଜୀବନ ରେଖା । ସେ ଧନୀ ହେଉ ଅବା ଗରୀବ ଏହା ସମସ୍ତଙ୍କର ପ୍ରିୟ  । ପଖାଳ ଦିବସ ହୋଇଥିବାରୁ ରାଜଧାନୀରେ ଜମିଛି ପଖାଳ ଦିବସର ଆସର ।  

ଏହା ମଧ୍ୟ ପଢ଼ନ୍ତୁ.....   ରାଉରକେଲା ସହରରେ ଜମିଲା ପଖାଳ ଆସର

ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ପଖାଳ ସାଙ୍ଗକୁ ୩୦ ପ୍ରକାରର ବ୍ୟଞ୍ଜନ ପରସା ଯାଇଛି  ।  ତେବେ ରାଜଧାନୀରର ସବୁଠାରୁ ବଡ ପଖାଳ ଆସର ଏଠାରେ ଜମିଥିଲା । ନିରାମିଷର ସମସ୍ତ ବ୍ୟଞ୍ଜନ ସହ ୭୦୦ ରାଜଧାନୀବାସୀଙ୍କ ପାଇଁ ଏଠାରେ ପଖାଳ ଦିବସର ଆୟୋଜନ କରାଯାଇଛି । ଯେଉଁଠି ଏକାସାଙ୍ଗରେ ସମସ୍ତେ ବସି ପଖାଳର ମନ ନେଇଛନ୍ତି । ପଖାଳ ସହ ତୋରାଣି ପିଇ ବେଶ ଆତ୍ମତୃପ୍ତି ହୋଇଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.