ବାଙ୍କିରେ ବିଜେଡିର ଦେବୀରଞ୍ଜନ ବିଜୟୀ, ଅନୁଗୋଳରେ ଜିତିଲା ବିଜେପି - Odisha Assembly Election results 2024

By ETV Bharat Odisha Team

Published : Jun 4, 2024, 4:46 PM IST

thumbnail
ବାଙ୍କିରେ ବିଜେଡିର ଦେବୀରଞ୍ଜନ ବିଜୟୀ, ଅନୁଗୋଳରେ ଜିତିଲା ବିଜେପି (ETV Bharat Odisha)

ଭୁବନେଶ୍ବର: ବାଙ୍କୀରେ ଜିତିଲା ବିଜେଡି । କଟକ ଜିଲ୍ଲାର ବାଙ୍କୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହୋଇଛନ୍ତି । ସେ ୧୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ହରାଇଛନ୍ତି  । ସେପଟେ ଅନୁଗୋଳ ବିଧାନସଭା ଆସନରେ ବାଜି ମାରିନେଇଛି ବିଜେପି । ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ବିଜେଡି ପ୍ରାର୍ଥୀ ସଂଯୁକ୍ତା ସିଂହଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ହରାଇ ବାଜିମାତ୍ କରିଛନ୍ତି ।

ଓଡ଼ିଶା ଲୋକସଭା ଓ ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି । ଏବେ ନିର୍ବାଚନୀ ଫଳାଫଳ ଆସିବା ଆରମ୍ଭ କରିଛି, ଏହା ଦୀର୍ଘ ୨୪ ବର୍ଷ ଧରି କ୍ଷମତାସୀନ ଥିବା ବିଜୁ ଜନତା ଦଳ ପାଇଁ ଶକ୍ତ ଧକ୍କା ହୋଇଛି । କାରଣ ଓଡ଼ିଶା ବିଧାନସଭା ଆସନରେ ଅପ୍ରତ୍ୟାଶିତ ଭାବେ ବିଜେଡିକୁ ଚକ୍‌ମା ଦେଇ ମାଡିଚାଲିଛି ଭାରତୀୟ ଜନତା ପାର୍ଟି । ସାରା ରାଜ୍ୟରେ ବିଜେପିର ଜଲୱା ଦେଖିବାକୁ ମିଳିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ୪୯ ଆସନରେ ଲିଡ୍ କରୁଥିବାବେଳେ ବିଜେପି ୮୦ ଆସନ ଛୁଇଁଛି । ଯାହାକି ଓଡ଼ିଶାରେ ପରିବର୍ତ୍ତନ ସ୍ପଷ୍ଟ ଆଭାସ ଦେଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.