ଶ୍ରାବଣର ପ୍ରଥମ ସୋମବାର, ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କଲେ କାଉଡିଆ, ଦର୍ଶନ କଲେ ରାଜ୍ୟପାଳ - Governor Visit Lingaraj Temple - GOVERNOR VISIT LINGARAJ TEMPLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jul 22, 2024, 1:03 PM IST

Odisha Governor Raghubar Das Visited Lingaraj Temple:  ଭୁବନେଶ୍ୱର: ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶରଣରେ ରାଜ୍ୟପାଳ । ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଓଡିଶା ରାଜ୍ୟପାଳ ରଘୁବର ଦାସ । ଶିବଙ୍କ ମୁଣ୍ଡରେ ଜଳଲାଗି  କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,"ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି ଆଶୀର୍ବାଦ ନେଲି । ଓଡିଶାବାସୀଙ୍କ ଉପରେ ପ୍ରଭୁ ଶିବଙ୍କ କୃପା ରହୁ । ଲିଙ୍ଗରାଜ ସମସ୍ତଙ୍କ ମଙ୍ଗଳ କରନ୍ତୁ ।"

ଏହାମଧ୍ୟ ଦେଖନ୍ତୁ.. ଶ୍ରାବଣ ସୋମବାରରେ ବଡ ଅଘଟଣ; ଭକ୍ତଙ୍କୁ ଦୁର୍ଘଟଣାରୁ ବଞ୍ଚାଇଲେ ଭୋଳାନାଥ ! ରାସ୍ତା କଡକୁ ଓଲଟି ପଡିଲା ବୋଲବମ ବସ୍ - Jajpur Bus Accident

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଉଡିଆମାନେ ଜଳଲାଗି କରୁଥିବା ବେଳେ ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମନରେ ଶ୍ରଦ୍ଧା ଓ ଭକ୍ତି ସହ ମାନସିକ କରି ରାଜ୍ୟର କୋଣ ଅନୁକୋଣରୁ କାଉଡିଆମାନେ କାନ୍ଧରେ ବାହୁଙ୍ଗି ନେଇ ବିଶ୍ୱାସର ସହ ଚାଲିଚାଲି ଆସି ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କରିଛନ୍ତି । ପ୍ରଭୁଙ୍କର ଦର୍ଶନ କରି ପରମାନନ୍ଦ ଲାଭ କରିଯାଉଛନ୍ତି କାଉଡିଆ । ବୋଲ ବମ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜଙ୍କ ମନ୍ଦିର ପରିସର । 



ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.