ଚାନ୍ଦବାଲିରେ ବିଜେଡି-ବିଜେପି ଉପରେ ବର୍ଷିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ - Mallikarjun Kharge Targets Bjd Bjp
🎬 Watch Now: Feature Video
ଭଦ୍ରକ: ଆଉ ମାତ୍ର ଗୋଟିଏ ଦିନରେ ଭଦ୍ରକରେ ହେବ ନିର୍ବାଚନ । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରୁଥିବା ବେଳେ ଅନେକ କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଭଦ୍ରକ ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି । ଜିଲ୍ଲାର ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମ୍ୱୋଧନ କରିବା ସହ ଉଭୟ ବିଜେଡି ଏବଂ ବିଜେପି ଉପରେ ବର୍ଷିଥିଲେ ।
ସେ କହିଥିଲେ ଯେ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଛାଡ଼ ଆନ୍ଦୋଳନ ରେ ସହିଦ ଙ୍କୁ ନମନ କରି ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର କରିଥିଲେ। ତେବେ ଏଥର କଂଗ୍ରେସ ପାର୍ଥି ଜିତିବେ। ବିଜେପି ଏବଂ ନବୀନ ବାବୁଙ୍କୁ ହରାଇବେ । ଅନ୍ୟ ପକ୍ଷରେ ସମ୍ବିଧାନ ଏବଂ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସ କାମ କରୁଛି । ଏହି ନିର୍ବାଚନ ଆଗାମୀ ପିଡ଼ି ଙ୍କ ଭାଗ୍ୟ ଲେଖିବ। ଅଦାନୀ, ଅମ୍ବାନୀ ଏବଂ ନବୀନ ବାବୁ ସବୁ ଓଡିଶା ଲୁଟୁଛନ୍ତି । ଯାହାର ପରିଣାମ ଓଡିଶା ଲୋକେ ଭୋଗୁଛନ୍ତି । ମୋଦି କେବଳ କଥା କୁହନ୍ତି । ସତ୍ତା ରେ ଆସିବା ପରେ କଳା ଧନ ଦେଶ ବାହାରୁ ଆଣିଥାନ୍ତେ ଏବଂ ସମସ୍ତଙ୍କୁ 15 ଲକ୍ଷ ଦେଇଥାନ୍ତେ ବୋଲି କହିଛନ୍ତି । ତେଣୁ ତାଙ୍କୁ ଯାଇ ପଚାରନ୍ତୁ 15 ଲକ୍ଷ କାହିଁ ବୋଲି କହି କଟାକ୍ଷ କରିଥିଲେ। ମୋଦୀ କେବଳ ଭୋଟ ପାଇଁ ଆସନ୍ତି ବୋଲି ଖଡଗେ କହିଛନ୍ତି ।
ସେ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକ ମୋଦିଙ୍କ ସହ ମିଶିଛନ୍ତି । ଓଡିଶା ଜମି ଏବଂ ଜଙ୍ଗଲକୁ ଦୁଇ ଜଣ ମିଶି ଲୁଟୁଛନ୍ତି। ସମ୍ବିତ ପାତ୍ର କହିଲେ ଜଗନ୍ନାଥ ମୋଦି ଙ୍କର ଶିଷ୍ୟ । ତେଣୁ ଏତେ ବଡ଼ ମୋଦି ଭକ୍ତ କଣ ଲୋକଙ୍କ ଭଲ କରିବେ ବୋଲି କହି ବିଜେପି କୁ ଆକ୍ଷେପ କରିଥିଲେ । ତେବେ ମୋଦି ଏବଂ ଶାହାଙ୍କ ଚାକିରୀ ୪ ରେ ଯାଉଛି ବୋଲି କହିବା ସହ କଂଗ୍ରେସ ସରକାର ପରେ ଆଉ କଣ ଓଡିଶାର ଉନ୍ନତି ହୋଇଛି ବୋଲି ପ୍ରଶ୍ନ କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ମାଆଙ୍କୁ ସଶକ୍ତ କରିବ, ଚାଷୀ ଋଣ ମୁକ୍ତି କରିବ, ସାର ଉପରେ ଜିଏସଟି ହଟାଇବ, ଚାଷ ଉପକରଣ ଉପରେ ଚାଷୀ ଙ୍କୁ ରିହାତି ଦେବ ବୋଲି କହି ଏହା କଂଗ୍ରେସର ଗ୍ୟାରେଣ୍ଟି ବୋଲି କହିଥିଲେ । ହେଲେ ମୋଦି ସମସ୍ତଙ୍କ ସାଥ ନେଲେ କିନ୍ତୁ ସମସ୍ତ ଙ୍କୁ ସତ୍ୟନାଶ କଲେ ବୋଲି କହିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ଏହା ମଧ୍ୟ ପଢନ୍ତୁ: ନବୀନ ସରକାର କରିପାରିବେ ନାହିଁ, ଭଲ ପ୍ରଦର୍ଶନ କରିବ କଂଗ୍ରେସ: ଅନନ୍ତ ପ୍ରସାଦ ସେଠି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ