ରାଜ୍ୟରେ ପ୍ରଥମ ଥର ବିଜେପି ସରକାର; ପାର୍ଟି ଅଫିସରେ ଜୋରଦାର ସେଲିବ୍ରେସନ - Celebration at BJP party office

By ETV Bharat Odisha Team

Published : Jun 4, 2024, 5:57 PM IST

thumbnail
CELEBRATION AT ODISHA BJP PARTY OFFICE (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ । ଧରାଶାୟୀ ହୋଇଛି ବିଜେଡି । ଏକପ୍ରକାର ଅସମ୍ଭବକୁ ସମ୍ଭବ କରିଛି ବିଜେପି । ନିର୍ବାଚନ ଫଳାଫଳ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ । ଜନାଦେଶ ବିଜେଡି ଶିବିରକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । 100ରୁ ଅଧିକ ଆସନ ଜିତିବା ନେଇ ଦାବି କରୁଥିବା ବିଜେଡି ଏବେ ଟ୍ରେଣ୍ଡ ସୁଦ୍ଧା 50 ବି ଛୁଇଁନାହିଁ । ଏପଟେ ବିଜେପି 82 ଆସନରେ ଆଗୁଆ ଅଛି । ରାଜ୍ୟରେ ପ୍ରଥମ ଥର ପାଇଁ ଫୁଟିବାକୁ ଯାଉଛି ପଦ୍ମ । ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ରାଜଧାନୀ ଭୁବନେଶ୍ବର ସ୍ଥିତ ପାର୍ଟି ଅଫିସରେ ଦଳୀୟ କର୍ମୀଙ୍କ ଆରମ୍ଭ ହୋଇଯାଇଛି ଜୋରଦାର ସେଲିବ୍ରେସନ । ବାଜା ବାଣରେ ପ୍ରକମ୍ପିତ ହେଉଛି ରାଜ୍ୟ ବିଜେପି ମୁଖ୍ୟାଳୟ । ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳୀୟ କର୍ମୀ କୃତଜ୍ଞତା ପ୍ରକାଶ କରିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.