ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ ଦାବି କଲେ ଉପସ୍ଥାପନ - Mohan Majhi Meets Governor

By ETV Bharat Odisha Team

Published : Jun 11, 2024, 9:15 PM IST

thumbnail
ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୋହନ ମାଝୀ (ETV Bharat Odisha)

Mohan Majhi Meets Governor Raghubar Das: ଭୁବନେଶ୍ବର: ଓଡ଼ିଶାରରେ ପ୍ରଥମ ବିଜେପି ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନାଇ ଚର୍ଚ୍ଚା ଲାଗିରହିଥିବା ବେଳେ ଏହା ଉପରୁ ପରଦା ଉଠିଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । କେନ୍ଦୁଝର ଆସନରୁ ୪ ଥର ବିଧାୟକ ରହିଥିବା ମୋହନ ଚରଣ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହୋଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଢ଼ିବ । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳର ନେତା ଭାବେ ଘୋଷଣା କରାଯିବା ପରେ ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋହନ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି । ଏହା ସହିତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି ମୋହନ ମାଝୀ । ଏହି ଅବସରରେ ମୋହନଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.