ନୂଆ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ, କାହାକୁ ମିଳିଲା କେଉଁ ବିଭାଗ ? - ODISHA CABINET PORTFOLIOS - ODISHA CABINET PORTFOLIOS

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 15, 2024, 10:57 PM IST

Odisha Cabinet Portfolios Allocated: ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ନୂଆ ବିଜେପି ସରକାରରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ସମେତ ମୋଟ ୧୬ ଜଣଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ ବିଭାଗ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ଶସକ୍ତକରଣ ଏବଂ ଶକ୍ତି ବିଭାଗ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ଦାୟିତ୍ବ ଦିଆୟାଇଛି । 

ଅନ୍ୟପଟେ କ୍ୟାବିନେଟ୍ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ରବି ନାରାୟଣ ନାୟକଙ୍କୁ ଗ୍ରାମ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ, ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣର ବିଭାଗ ମିଳିଛି । ସେହିପରି କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ, ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ, ମୁକେଶ ମହାଲିଙ୍ଗଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ ମିଳିଛି । ଅନ୍ୟମାନଙ୍କ ମଧ୍ୟପରେ ବିଭୂତି ଭୁଷଣ ଜେନାଙ୍କୁ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ - CM Mohan Majhi allocates portfolios

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ସୂର୍ୟ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ବିଭାଗ, ସମ୍ପଦ ସ୍ୱାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିଛି । ସେହିପରି ପ୍ରଦୀପ ବଳ ସମାନ୍ତଙ୍କୁ ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ ଓ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଏମଏସଏମଇ ବିଭାଗ ମିଳିଛି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.