ମହାପ୍ରଭୁଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢୀ - Surama Padhy visit puri

By ETV Bharat Odisha Team

Published : Jun 22, 2024, 8:10 AM IST

thumbnail
ମହାପ୍ରଭୁଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢୀ (ETV Bharat Odisha)

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ନୂତନ ବାଚସ୍ପତି ସୁରମା ପାଢୀ । ଗତକାଲି (ଶୁକ୍ରବାର) ସଂଧ୍ୟାରେ ସେ ପୁରୀରେ ପହଞ୍ଚିବା ପରେ ସିଂହଦ୍ବାର ସମ୍ମୁଖରେ ସେବାୟତମାନେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପତିତପାବନଙ୍କୁ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଯାଇଥିଲେ ବାଚସ୍ପତି । ବାଚସ୍ପତିଙ୍କ ସହ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବ୍ରହ୍ମଗିରିର ବିଧାୟିକା ଉପାସନା ମହାପାତ୍ର ମଧ୍ୟ ଶ୍ରୀମନ୍ଦିରକୁ ଯାଇଥିଲେ । ତେବେ ଦର୍ଶନ ପରେ ପ୍ରତିକ୍ରିୟା ଦେଇ ବାଚସ୍ପତି କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦରୁ ମତେ ବାଚସ୍ପତି ପଦ ମିଳିଛି । ଆଗକୁ କିଭଳି ନିରପେକ୍ଷ ଭାବେ ଏହି ଦାୟିତ୍ଵ ତୁଲାଇବି, ସେ ନେଇ ମହାପ୍ରଭୁ ମତେ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛି । ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ନେଇ ମଧ୍ୟ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି ।" ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୁରମା 20 ତାରିଖରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ହେଉଛନ୍ତି ରାଜ୍ୟର ଦ୍ବିତୀୟ ମହିଳା ବାଚସ୍ପତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.