କାଲି କଟକର 3 ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ, ପ୍ରସ୍ତୁତି ଶେଷ - ODISHA ASSEMBLY ELECTION 2024

By ETV Bharat Odisha Team

Published : May 31, 2024, 2:12 PM IST

thumbnail
ODISHA ASSEMBLY ELECTION 2024 (ETV Bharat Odisha)

ODISHA ASSEMBLY ELECTION 2024 କଟକ: ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି(ଶନିବାର) ଶେଷ ପର୍ଯ୍ୟାୟ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ ପ୍ରଶାସନ। କଟକ ଜିଲ୍ଲାରେ ଥିବା 3 ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ସାଲେପୁର, ମାହାଙ୍ଗା ଓ ନିଆଳି ପାଇଁ ଶନିବାର ପଡିବ ଭୋଟ୍ । ସାଲେପୁରର 253ଟି, ମାହାଙ୍ଗାର 309 ଟି ଓ ନିଆଳିରେ 274 ଟି ବୁଥ ମତଦାନ କରାଯିବ । ତେବେ ମତଦାନ ପୂର୍ଵରୁ ଆଜି ପୁଲିଂ ପାର୍ଟି ଇଭିଏମ୍ ନେଇ ନିଜ ନିଜ ବୁଥ୍କୁ ଯିବା ଆରମ୍ଭ କରିଛନ୍ତି । ସେପଟେ ଷ୍ଟ୍ରଙ୍ଗରୁମ୍‌ରୁ ବୁଥ ଗୁଡିକୁ ଇଭିଏମ୍ ପଠାଇବା ଠାରୁ ଆରମ୍ଭ କରି ଭୋଟ ଦାନ କାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇ ଥିବା କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଏନେଇ ପୋଲିଂ ଅଧିକାରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଟକ ପ୍ରତିନିଧି ନାରାୟଣ ସାହୁ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.