ଅର୍ଥ କି କ୍ଷମତା ନାହିଁ, ଯୁବ ସମାଜକୁ ସୁଦୃଢ କରିବାକୁ ନିର୍ବାଚନ ଲଢିବି: ସ୍ମୃତି ଶାସ୍ବତୀ ମିଶ୍ର - Odisha Assembly Election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : Apr 25, 2024, 1:34 PM IST
|Updated : Apr 25, 2024, 2:09 PM IST
ବୌଦ୍ଧ: ବର୍ତ୍ତମାନ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଏଥର ରାଜନୀତିରେ ଅନେକ ନୂଆ ମୁହାଁ ଦେଖିବାକୁ ମିଳିଥିବା ବେଳେ ସମସ୍ତ ଦଳର ନେତା କର୍ମୀ ଭୋଟରଙ୍କୁ ମନାଇବାରେ ଲାଗି ପଡିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେଡ଼ି ସହିତ ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଆଉ ଏହି ସମୟରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ଶିକ୍ଷିତ ଯୁବତୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଚର୍ଚ୍ଚାରେ ରହିଛନ୍ତି ।
ଜିଲ୍ଲାର ପୁରୁଣା କଟକ ଠାରେ ରହୁଥିବା ସ୍ମୃତି ଶାସ୍ବତୀ ମିଶ୍ର ଆପ ଦଳର ପ୍ରାର୍ଥୀ ହୋଇଥିବା ସୂଚନା ମିଳିଛି । ଗ୍ରାଜୁଏସନ ପରେ ମଧୁସୂଦନ ଲ କଲେଜରୁ ଉତ୍ତୀର୍ଣ୍ଣ ହୋଇ ସ୍ମୃତି ମିଶ୍ର ହଠାତ୍ ରାଜନୀତିରେ ପ୍ରବେଶ କରି ସମସ୍ତ ଙ୍କୁ ଚକିତ କରିଛନ୍ତି । ସ୍ମୃତି ମିଶ୍ର ବୈଦ୍ଧ ରାଜନୈତିକ ଇତିହାସର ପ୍ରଥମ ସ୍ବଳ୍ପ ବୟସ୍କା ପ୍ରାର୍ଥୀ ଯେ କି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କେନ୍ଦ୍ର ର ବିଜେପି, ରାଜ୍ୟ ର ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ଭଳି ତାଙ୍କ ନିକଟରେ ଅର୍ଥ ବଳ କିମ୍ବା କ୍ଷମତା ବଳ ନଥିଲେ ମଧ୍ୟ ଯୁବ ବର୍ଗଙ୍କ ସହଯୋଗ ତଥା ଶିକ୍ଷିତ ଓ ବୟସ୍କଙ୍କ ଆଶୀର୍ବାଦରୁ ଚଳିତ ସାଧାରଣ ନିର୍ବାଚନ ରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ବିଶେଷ ଭାବରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ବିକାଶ ସହିତ, ସ୍ବାସ୍ଥ୍ୟ, ଗମନାଗମନ ଓ ସବୁଠାରୁ ଅଧିକ ବିଦ୍ୟୁତ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦିଲ୍ଲୀ ମଡେଲ ଅନୁକରଣରେ ନିର୍ବାଚନ ଏଜେଣ୍ଡା ପ୍ରସ୍ତୁତ କରି ସ୍ମୃତି ମିଶ୍ର ଲୋକଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଚାନ୍ଦବାଲି ଆସନରୁ ସ୍ବାଧୀନ ପ୍ରାର୍ଥୀ ହେଲେ ବିକାଶ, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ଦେବେ ଟକ୍କର
ବୌଦ୍ଧ, ଇଟିଭି ଭାରତ