ଅନ୍ଧବିଶ୍ବାସ ପାଇଁ ଯାଉନଥିଲେ: ନିଜ ଗାଡିରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ବିଡିଓ - DIARRHEA DISEASE - DIARRHEA DISEASE

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 15, 2024, 3:22 PM IST

DIARRHEA DISEASE: ନବରଙ୍ଗପୁର: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହସ୍ପିଟାଲ ନଯାଇ ଝଡାଫୁଙ୍କା କରୁଥିଲେ ଝାଡାବାନ୍ତି ଆକ୍ରାନ୍ତ । ପ୍ରଶାସନର ସମସ୍ତ ବ୍ୟବସ୍ଥା ସତ୍ତ୍ବେ ଏମାନେ ହସ୍ପିଟାଲ ପହଞ୍ଚାଯାଇ ପାରୁନଥିଲେ । ଫଳରେ ବିଡିଓ ନିଜେ ଆଜି ସେମାନଙ୍କୁ ବୁଝାସୁଝା କରିବା ସହ ନିଜ ଗାଡିରେ ହସ୍ପିଟାଲରେ ଭର୍ତ୍ତି କଲେ । ଏପରି କିଛି ଘଟଣା ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରେ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗତକିଛି ଦିନ ଧରି ନନ୍ଦାହାଣ୍ଡି ବ୍ଲକର ଝାଡବନ୍ଧଗୁଡା ପାଞ୍ଚାୟତ ଅନ୍ତର୍ଗତ ଦଣ୍ଡସେନାଗୁଡାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତିନିଜଣଙ୍କର ମୃତ୍ୟୁ ହୋଇଛି । ଏହି କାରଣରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ ଆକ୍ରାନ୍ତମାନେ ଗୁଣିଆ ଦିଶାରୀଙ୍କ ଭରସାରେ ରହି ଡାକ୍ତରଖାନା ଯିବା ପାଇଁ ଅମଙ୍ଗ ହେବାରୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନାନା କଷ୍ଟ କରିବାକୁ ପଡିଥିଲା । ଡାକ୍ତରଖାନା ନନେଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବା ସହ ଅନ୍ୟମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିଲା । ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଆକ୍ରାନ୍ତଙ୍କ ଘରକୁ ଯାଇ ବୁଝାସୁଝା କରି ନିଜେ ଆକ୍ରାନ୍ତକୁ ନିଜ ଗାଡିରେ ଆଣି ନନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ପହଞ୍ଚାଇଥିଲେ । ସୂଚନା ଅନୁଯାୟୀ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ମୋଟ ପାଞ୍ଚଜଣଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଜଣେ ଆକ୍ରାନ୍ତ ମହିଳା ସାମାନ୍ୟ ଗୁରୁତର ଅବସ୍ଥାରେରେ ଅଛନ୍ତି ଏବଂ ଅନ୍ୟ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଛୁଆ ଏବଂ ଜଣେ ଚାରିବର୍ଷର ଛୁଆ ଅଛନ୍ତି ।
 

ଏହା ମଧ୍ୟ ପଢନ୍ତୁ ....ଆତଙ୍କ ଖେଳାଇଛି ଡାଇରିଆ, ପାରଦ୍ବୀପ ଓ କୋକସରାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ବଢ଼ୁଛି ମୃତ୍ୟୁ ସଂଖ୍ୟା - DIARRHEA DISEASE

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.