କଟକରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଦେଖନ୍ତୁ ଭିଡିଓ - Mo Bus catches fire

By ETV Bharat Odisha Team

Published : Jun 28, 2024, 12:58 PM IST

thumbnail
କଟକରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଦେଖନ୍ତୁ ଭିଡିଓ (ETV Bharat Odisha)

କଟକ: ଚଳନ୍ତା ମୋ ବସ୍‌ରେ ଲାଗିଲା ନିଆଁ  । ଦେଖୁ ଦେଖୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍  । ଆଜି (ଶୁକ୍ରବାର) କଟକର ସିଡିଏ ସେକ୍ଟର-9 ଅଞ୍ଚଳରେ ଏକ ମୋ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି  । ଏହି ସମୟରେ ବସରେ ୫ ଜଣ ଯାତ୍ରୀ ରହିଥିଲେ । ତେବେ ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନି  । ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି  । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି  । ହେଲେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏହି ବସର ନଂ ହେଉଛି OD 05 T 7041  । ଏହା ପୁରୀରୁ କଟକ ଆସୁଥିବାବେଳେ ସିଡିଏ ସେକ୍ଟର 9 ଅଞ୍ଚଳରେ ନିଆଁ ଲାଗିଯାଇଥିଲା  । ଏଥିରେ କାହାର କିଛି କ୍ଷତି ହୋଇନଥିଲେ ହେଁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.